ନେହେରୁ ଯୁବ କେନ୍ଦ୍ର ଦ୍ୱାରା ବର୍ଷା ଜଳ ସଂରକ୍ଷଣ ନେଇ ଭର୍ଚୁଆଲ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

160

ଧର୍ମଗଡ: କେନ୍ଦ୍ର ସରକାରଙ୍କ କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ଅଧିନସ୍ଥ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ ଶ୍ରୀ ଲଙ୍କେଶ୍ୱରୀ କ୍ଲବ ସନ୍ଧିକୁଲିହାରୀର ମିଳିତ ଆନୁକୁଲ୍ୟରେ ବର୍ଷା ଜଳ ସଂରକ୍ଷଣକୁ ନେଇ ଏକ ଭର୍ଚୁଆଲ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜଳ ଯେଉଁଠାରେ ପଡେ ଓ ଯେତେବେଳେ ଏହା ପଡେ ବିଷୟବସ୍ତୁକୁ ନେଇ ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବ କେନ୍ଦ୍ର ଜିଲ୍ଲା ଯୁବ ଅଧିକାରୀ ପ୍ରଶନ୍ନ ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ ପୂର୍ବତନ ବିଧାୟକ ଯୁଗରାମ ବେହେରା,ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ହୃଷିକେଶ ବାଗ ଯୋଗ ଦେଇଥିଲେ ।

ପ୍ରଶିକ୍ଷକ ଭାବେ କର୍ତ୍ତବ୍ୟ ସ୍ୱେଛାସେବୀ ସଂଗଠନର ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅସୋକ ପଟନାୟକ,ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ମିଶନର ସୈାମ୍ୟପ୍ରକାଶ ଯୋଷୀ ପ୍ରମୂକ ଯୋଗ ଦେଇ ବର୍ଷା ଜଳ ସଂରକ୍ଷଣର ଶିକ୍ଷା ଓ ପ୍ରେରଣାର ପ୍ରଶିକ୍ଷଣ ଦେଇଥିଲେ । ଅତଥି ମାନେ ଜଳ ସଂରକ୍ଷଣର ଆବଶ୍ୟକତା ଓ ଉପକାରିତା ସଂପର୍କରେ ଆଲୋକ ପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯୁବ କେନ୍ଦ୍ରର ସମସ୍ତ ସ୍ୱେଛାସେବୀ,ଧର୍ମଗଡ ବ୍ଲକ ଓ ଜୟପାଟଣା ବ୍ଲକର ୧୦ ଟି ଲେଖାଏ ଗ୍ରାମରୁ ପ୍ରାୟ ୧୫୦ ଜଣ ଯୁବକ ମାନେ ଅଂଶ ଗ୍ରହଣ କରି ପ୍ରଶିକ୍ଷଣ ନେଇଥିଲେ ।

ନେହେରୁ ଯୁବ କେନ୍ଦ୍ରର ରାଷ୍ଟ୍ରିୟ ସ୍ୱେଛାସେବୀ ସୁକାନ୍ତ ରାଉତ,ସୁଧି ରଂଜନ ଗୋପାଳ, ଲଙ୍କେଶ୍ୱରୀ କ୍ଲବର ସଭାପତି ପୁଷ୍ପରାଜ ଘି,ଚିନ୍ମୟ କୁମାର ବାଗ,କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ବର୍ଷାର ଜଳର କିପରି ଯତ୍ନ ନେବା ଏବଂ ଏହାର ଅପ ବ୍ୟବହାର ନକରିବା, ପ୍ରତ୍ୟେକ ଜଳବିନ୍ଦୁର କିପରି ସଦ ବ୍ୟବହାର କରିବା ସେ ଉପରେ ସମସ୍ତଙ୍କୁ ସଚେତନ କରିବା ପାଇଁ ଉପସ୍ଥିତ ସମସ୍ତ ଯୁବ ସ୍ୱେଛାସେବୀ ମାନେ ଶପଥ ପାଠ କରିଥିଲେ ।

Leave A Reply

Your email address will not be published.