ଉପକୂଳ ପରେ ଫୋକସ୍ ରେ ପଶ୍ଚିମ ଓଡ଼ିଶା

141

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଫୋକସ୍ ରେ ଏବେ ପଶ୍ଚିମ ଓଡ଼ିଶା । ଲକ୍ଡାଉନ୍ ପୂର୍ବରୁ ମା’ସମଲେଶ୍ୱରୀଙ୍କ ମନ୍ଦିର ପରିଦର୍ଶନ ବେଳେ ଏହାର ବିକାଶ ଓ ସୌନ୍ଦର୍ଯ୍ୟକରଣ ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ରାଉରକେଲାରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ୍ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ତାଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଚସ୍ତରୀୟ ଟିମ୍ ଏହି ସବୁ ପ୍ରକଳ୍ପ ପାଇଁ ଭିତ୍ତଭୂମି ଓ ଆନୁସଙ୍ଗିକ ବ୍ୟବସ୍ଥାର ସମୀକ୍ଷା କରିଛି । ଝଲସିବ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ସମଲେଶ୍ୱରୀଙ୍କ ମନ୍ଦିର । ଖୁବ୍ଶୀଘ୍ର ପାରିପାର୍ଶିକ ବିକାଶ ଓ ସୌନ୍ଦର୍ଯ୍ୟକରଣ କାମ । ଏଥିନେଇ ଆଜି ଗ୍ରାଉଣ୍ଡରେ ସ୍ଥିତି ପରଖିଛନ୍ତି ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ଟିମ୍ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର,ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ,୫-ଟି ସଚିବ ଭି.କେ.ପାଣ୍ଡିଆନ୍,ପୂର୍ତ୍ତ ସଚିବ କିଷନ କୁମାର ପ୍ରମୁଖ ସମଲେଶ୍ୱରୀ ମନ୍ଦିର ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଛନ୍ତି । ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ପାରିପାର୍ଶିକ ବିକାଶ,ଐତିହ୍ୟ କରିଡରର ବିକାଶ,ଭୋଗମଣ୍ଡପ, ଜାତୀୟ ଭକ୍ତ ନିବାସ ପ୍ରଭୃତି ବୁଲି ଦେଖିବ ସହ ଦୁଇବର୍ଷ ମଧ୍ୟରେ ଏହିସବୁ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ।

ସେହିପରି ରାଉରକେଲାରେ ଉଚ୍ଚସ୍ତରୀୟ ଟିମ୍ ପହଞ୍ଚିବ ପ୍ରସ୍ତାବିତ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ୍ର ଭିତ୍ତିଭୂମି ସମୀକ୍ଷା କରିଥିଲେ । ରାଉରକେଲା ବିପିୟୁଟି କ୍ୟାମ୍ପସ୍ରେ ଆରମ୍ଭ ହେବ ହକି ଷ୍ଟାଡିୟମ ନିର୍ମାଣ କାମ । ଏହି ନୂଆ ଷ୍ଟାଡିୟମ୍ରେ ଖେଳାଯିବ ୨୦୨୩ ପୁରୁଷ ବିଶ୍ୱ ହକି କପ୍ । ଏକସଙ୍ଗେ ୨୦ହଜାର ଦର୍ଶକ ଦେଖିପାରିବେ ।

Leave A Reply

Your email address will not be published.