ମାଣପୁର ଏବଂ ଏହାର ଆଖପାଖ ଗ୍ରାମବାସୀଙ୍କ ଦୁର୍ଦଶା ଦୂର ହେବ କେବେ?

187

ସାଲେପୁର/କିଶୋନ : ନଗର କଟକ ପାରାଦ୍ୱୀପ ରାସ୍ତା ଏବଂ ତାଳଦଣ୍ଡା କେନାଲ ମଧ୍ୟବର୍ତ୍ତୀ ଗ୍ରାମଟି ମାଣପୁର।ବିଗତ ଶହ ଶହ ବର୍ଷରୁ ଉର୍ଦ୍ଧ ହେବ, ଏହି ଗ୍ରାମରେ ପାଞ୍ଚ ହଜାର ଲୋକ ବସବାସ କରିଆସୁଛନ୍ତି । ସେମାନେ କିନ୍ତୁ ବିଭିନ୍ନ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ । ତାଳଦଣ୍ଡା କେନାଲ ପାରହେଲା ପରେ ପିଲାମାନେ ସ୍କୁଲକୁ ପାଠ ପଢିବା ପାଇଁ ଯାଇଥାନ୍ତି । ସମସ୍ତ ଚାଷଜମି,ଶିଶୁ ମନ୍ଦିର,ଏବଂ ଲୋକଙ୍କ ଘର ଆରପଟେ ରହିଥିବାରୁ ଲୋକଙ୍କୁ କେନାଲ ପାର ହେବାକୁ ପଡେ । ଶିଶୁମନ୍ଦିରକୁ ଛୋଟ ପିଲାମାନେପାଠ ପଢିବାକୁ ଯିବାପାଇଁ ପୋଲଟିଏ ନଥିବାରୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ପୋଲ ନଥିବାରୁ ପ୍ରାୟ ଦୁଇ କିମି ବୁଲାଣି ଅତିକ୍ରମ କରି ଯିବାକୁ ପଡିଥାଏ । ଏଣୁ ତାଳଦଣ୍ଡା କେନାଲ ଉପରେ ଉକ୍ତ ସ୍ଥାନକୁ ଏକପାଦଚଲା ସେତୁ ନିର୍ମାଣ କରାଯିବାକୁ ପ୍ରଶାସନ ନିକଟରେ ସମାଜସେବୀ କିରଣ ଚନ୍ଦ୍ର ସାହୁ, ଅଜୟ କୁମାର ବେହେରା, ପ୍ରଶାନ୍ତ ମିଶ୍ର, କୃଷ୍ଣ ଚନ୍ଦ୍ର ସାହୁ, ଶ୍ରୀଧର ମହାନ୍ତି, ନବକିଶୋର ବସ୍ତିଆ, ରବିନାରାୟଣ ସାହୁ, ସରୋଜ କୁମାର ସାହୁ, ପ୍ରସନ୍ନ ମିଶ୍ର ପ୍ରମୁଖ ବାସିନ୍ଦା ମାନେ ଦାବି କରିଛନ୍ତି ।

Leave A Reply

Your email address will not be published.