ଟିକାକରଣ ଅଭିଯାନ ବ୍ୟାପକ ହୋଇଥିବା ବେଳେ ମୋଟ ଟିକାକରଣ ୧୬.୨୫ କୋଟିକୁ ଅତିକ୍ରମ କରିଛି

168

-ଏପ୍ରିଲ ମାସରେ ସାପ୍ତାହିକ ସୁସ୍ଥତା ୫୩ ହଜାରରୁ ୩ ଲକ୍ଷକୁ ବୃଦ୍ଧି ପାଇପାରିଛି

ନୂଆଦିଲ୍ଲୀ : ଗତ କେଇ ସପ୍ତାହ ମଧ୍ୟରେ ଦେଶରେ କୋଭିଡ-୧୯ ସଂକ୍ରମଣ ଅତ୍ୟଧିକ ବୃଦ୍ଧି ପାଉଛି । ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଦୈନିକ ମାମଲା ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିବାରୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଅତ୍ୟଧିକ ଚାପ ପଡ଼ିଛି । କୋଭିଡ-୧୯ ମହାମାରୀର ମୁକବିଲାରେ ସମଗ୍ର ବିଶ୍ୱ ଏକ ହୋଇଥିବା ବେଳେ ବସୁଧୈବ କୁଟୁମ୍ବକମ୍ ନୀତିରେ ବିଶ୍ୱ ସମୁଦାୟ ମଧ୍ୟ ଭାରତ ସରକାରଙ୍କ ଲଢ଼େଇର ପ୍ରଚେଷ୍ଟା ପ୍ରତି ସହଯୋଗର ହାତ ବଢ଼ାଇଛନ୍ତି ।

୨୭ ଏପ୍ରିଲ ୨୦୨୧ରୁ କୋଭିଡ-୧୯ ରିଲିଫ ସ୍ୱରୂପ ବିଭିନ୍ନ ମେଡିକାଲ ସାମଗ୍ରୀ ଓ ଯନ୍ତ୍ରାଂଶ ଭାରତ ଆନ୍ତର୍ଜାତିକ ସହାୟତା ଭାବେ ଗ୍ରହଣ କରୁଛି । ମିଳିଥିବା ସମସ୍ତ ସହାୟତାକୁ ଉପଯୁକ୍ତ ଭାବେ ଆବଶ୍ୟକ କରୁଥିବା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ବଂଟନ କରାଯାଇଛି । ଏହା ଏକ କ୍ରମାନ୍ୱୟ ପ୍ରକ୍ରିୟା । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ସ୍ୱାସ୍ଥ୍ୟସେବାକୁ ବିଭିନ୍ନ ସହାୟତା ମାଧ୍ୟମରେ ସୁଦୃଢ଼ କରିବା ହିଁ ମୂଳ ଉଦ୍ଦେଶ୍ୟ ।

ଅନ୍ୟପକ୍ଷରେ, ଦେଶରେ କୋଭିଡ-୧୯ ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ବ୍ୟାପକ ହୋଇଥିବା ବେଳେ ମୋଟ ଟିକାକରଣ ୧୬.୨ କୋଟିକୁ ଅତିକ୍ରମ କରିପାରିଛି ।
୧୨ ରାଜ୍ୟରେ ୧୮-୪୪ ବର୍ଷ ବର୍ଗର ୯,୦୪,୨୬୩ ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି । ଏସବୁ ରାଜ୍ୟ ହେଲା ଛତିଶଗଡ଼ (୧,୦୨୬), ଦିଲ୍ଲୀ (୧,୨୯,୦୯୬), ଗୁଜରାଟ (୧,୯୬,୮୬୦), ଜମ୍ମୁ ଏବଂ କାଶ୍ମୀର (୧୬,୩୮୭), ହରିଆନା (୧,୨୩,୪୮୪), କର୍ଣ୍ଣାଟକ (୫,୩୨୮), ମହାରାଷ୍ଟ୍ର (୧,୫୩,୯୬୬), ଓଡ଼ିଶା (୨୧,୦୩୧), ପଞ୍ଜାବ (୧,୫୩୫), ରାଜସ୍ଥାନ (୧,୮୦,୨୪୨), ତାମିଲନାଡ଼ୁ (୬,୪୧୫) ଏବଂ ଉତ୍ତର ପ୍ରଦେଶ (୬୮,୮୯୩) ।

ଆଜି ସକାଳ ୭ଟା ସୁଦ୍ଧା ୨୯,୩୪,୮୪୪ ସେସନରେ ମୋଟ ୧୬,୨୫,୧୩,୩୩୯ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ଅଛି, ୯୪,୮୦,୭୩୯ ଜଣ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍‌, ୬୩,୫୪,୧୧୩ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍‌, ୧,୩୬,୫୭,୯୨୨ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍‌, ୭୪,୨୫,୫୯୨ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍‌, ୧୮.୪୫ ବର୍ଷ ବର୍ଗର ୯,୦୪,୨୬୩ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍‌, ୬୦ ବର୍ଷରୁ ଅଧିକ ବୟସର ୫,୩୧,୧୬,୯୦୧ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍‌, ୧,୨୯,୧୫,୩୫୪ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଏବଂ ୪୫ ରୁ ୬୦ ବର୍ଷ ବର୍ମର ୫,୩୮,୧୫,୦୨୬ ଜଣଙ୍କୁ ପ୍ରଥମ ଡୋଜ୍ ଓ ୪୮,୪୩,୪୨୯ ଜଣଙ୍କ ଦ୍ୱିତୀୟ ଡୋଜ୍ ।

ଛତିଶଗଡରେ ଗତ ୨୪ ଘଂଟାରେ କରୋନାର ୧୩,୮୪୬ ଟି ନୂଆ ମାମଲା ରାୟପୁର, ୦୭ ମଇ (ହି.ସ.) ଛତିଶଗଡରେ ଗତ ୨୪ ଘଂଟାରେ କରୋନାର ୧୩,୮୪୬ ଟି ନୂଆ ମାମଲା ସାମନାକୁ ଆସିଛି । ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୧,୩୧,୨୪୫ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Leave A Reply

Your email address will not be published.