ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ବ୍ୟାପକ ଅନିୟମିତତା : ଠିକାଦାରର ମନମୁଖୀ କାର୍ଯ୍ୟ ପାଇଁ ପିଚୁ ରାସ୍ତା ଫାଟି ଫାଳ ଫାଳ

148

ମାହାଙ୍ଗା : ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ମାହାଙ୍ଗା ବ୍ଲକ୍ ଗୋତରା ଠାରୁ କଲୋରିଆ ରାସ୍ତା କାର୍ଯ୍ୟରେ ବ୍ୟାପକ ଅନିୟମିତତା ଦେଖାଦେଇଛି । ଠିକାଦାର କର୍ତ୍ତବ୍ୟରେ ଚରମ ଅବହେଳା ହେତୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରାସ୍ତାର କାର୍ଯ୍ୟ ଅବଧି ସରିବାର ପରେ ମଧ୍ୟ ଅଧାପନ୍ତରିଆ କାର୍ଯ୍ୟ କରି ଠିକାଦାର ଛୁ । ଏହି ପରି ନଗ୍ନ ଚିତ୍ର ଦେଖିବାକୁ ମିଳିଛି ମାହାଙ୍ଗା ବ୍ଲକ ଗୋତରା ଗ୍ରାମପଞ୍ଚାୟତ କାନପୁର ଠାରେ । ଦୁଇ କୋଟିରୁ ଉର୍ଦ୍ଧ ଟଙ୍କା ଅଟକଳରେ କାର୍ଯ୍ୟ ହୋଇଥିବା ରାସ୍ତା ଏବେ ବର୍ଷା ପାଣିରେ ଧୋଇ ମାଟି ଅତଡା ଖସି ପିଚୁ ଫାଟି ଫାଳ ଫାଳ ଅବସ୍ଥାରେ ।

ଏ ବିଷୟରେ ସ୍ଥାନୀୟ ଲୋକେ ଗ୍ରମ୍ୟାଉନ୍ୟଅନ ବିଭାଗ ଯନ୍ତ୍ରୀଙ୍କୁ ମଧ୍ୟ ଜଣାଇଛନ୍ତି। କିନ୍ତୁ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ କାର୍ଯ୍ୟ କରୁଥିବା ଠିକାଦାର ନିମ୍ନ ମାନର କାର୍ଯ୍ୟ କରି କୋଟି କୋଟି ଟଙ୍କାର ବିଲ୍ କରି ନିଘୋଡ଼ ନିଦରେ ଶୋଇ ଥିବାର ପ୍ରମାଣ ମିଳେ । ତେବେ ଏହି ରାସ୍ତା ଆଠ ନମ୍ବର୍ କେନାଲ କାନପୁର ଛକରୁ ଆରମ୍ଭ ହୋଇ ଲଲତିଗିରି ଅସୁଲପୂର୍ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ବେଳେ ଏହି ରାସ୍ତା ଦେଇ ସହ ସହ ଲୋକେ ଯାତାୟାତ ମଧ୍ୟ କରିଥାନ୍ତି । କିନ୍ତୁ ବର୍ତ୍ତମାନ ଏହି ରାସ୍ତାର ଅବସ୍ଥା ସୋଚନୀୟ ହେଇ ପଡ଼ି ଥିବାରୁ ବହୁ ଲୋକେ ଯିବା ଆସିବାରେ ବାଧା ସୃଷ୍ଟି ହେବାର ଦେଖିବାକୁ ମିଳୁଛି । ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସି ଦୃଢ଼ ବିରୋଧ କରିବା ସଙ୍ଗେ ସଙ୍ଗେ ରାସ୍ତା କାର୍ଯ୍ୟ ତୁରନ୍ତ ପୁନଃ ସୁଚାରୁ ରୁପେ ଶେଷ କରିବାକୁ ଦାବି କରିବା ସଙ୍ଗେ ସଙ୍ଗେ ଉକ୍ତ ରାସ୍ତା କାର୍ଯ୍ୟ କରିଥିବା ଠିକାଦାରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.