ସାଲେପୁର : ଆଜି ସକାଳୁ ଏକ ଜଙ୍ଗଲୀ ହାତୀର ଉପଦ୍ରଵ ଯୋଗୁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ରାମକୃଷ୍ଣପୁର, ଫୋଗଳ ଓ ଜିଗ୍ନୀପୁର ପଂଚାୟତର ଗହୀର ଧାନ ବିଲରେ ହାତୀ ପ୍ରବେଶ କରି ବ୍ୟାପକ ଧାନ ଫସଲ ନଷ୍ଟ କରିଛି । ଫଳରେ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଏବେ ହାତୀ ସ୍ଥାନୀୟ ହାଡ଼ଖାଇ ଧାନ ବିଲ ପାଟରେ ଆତଙ୍କ ଖେଳାଇ ଚାଲିଛି । ଆଜି ସକାଳୁ ସକାଳୁ ଧାନ ବିଲରେ ଜଙ୍ଗଲୀ ହାତୀ ବୁଲୁଥିବାର ଦେଖି ଲୋକେ ପ୍ରଥମେ ଭୟଭୀତ ହୋଇପଡିଥିଲେ । ହାତୀଟି ଛତିଆ ନିକଟସ୍ଥ ଅମରାବତୀ ଜଙ୍ଗଲରୁ ଚାଲି ଆସିଥିବା ବନ ବିଭାଗ କହିଛନ୍ତି । ବନବିଭାଗକୁ ଖବର ଦେବାପରେ ହାତୀକୁ ଘଉଡେଇ ବାକୁ ଭୁବନେଶ୍ୱର ବନ ସିଟି ଡିଭିଜନ, ଚଣ୍ଡିଖୋଲ ବନ ବିଭାଗ, କଟକ ଉପଖଣ୍ଡ ବନ ବିଭାଗ ଓ ସାଲେପୁର, ନିଶ୍ଚିନ୍ତକୋଇଲି ପୋଲିସର କର୍ମଚାରୀ ଓ ଅଫିସର ମାନେ ଲାଗିପଡିଛନ୍ତି । ହେଲେ ଧାନ ଗହୀର ରେ ହାତୀ ଏପଟରୁ ସେପଟ ହେଉଥିବା ବେଳେ ଅନ୍ୟତ୍ର ଯିବାର ନାଁ ନେଉନାହିଁ । ହାତୀର ଉପଦ୍ରଵ ଦ୍ଵାରା ଶତାଧିକ ହେକ୍ଟର ଧାନଫସଲ ନଷ୍ଟ ହୋଇ ଯାଇଥିବା ସୂଚନାମିଳିଛି । କଟକ ଜଙ୍ଗଲ ବିଭାଗ ଏ ସି ଏଫ ଙ୍କ ନେତୃତ୍ୱରେ ହାତୀ ଘାଉଡେଇବା କାର୍ଯ୍ୟ ଚଲାଇଥିବା ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.