ରୋଷେଇ ଘରେ ଶୋଇଥିଲା ଅହିରାଜ ସାପ। ଗୋଟେ ଅଧେ ନୁହେଁ ବରଂ ପନ୍ଦର ଫୁଟ ଲମ୍ବର ଅହିରାଜ ରୋଷେଇ ଘରେ ଶୋଇ ଯାଆ ଆସ ଉପରେ ନଜର ରଖିଥିଲା ,କେହି କିଛି ବି ଜାଣି ପାରି ନ ଥିଲେ , ଆଜି ସକାଳୁ ଅହିରାଜ ର ଗର୍ଜନ ଶୁଣି ପରିବାର ଲୋକେ ସନ୍ଦେହ କରିଥିଲେ ଆଉ ଦେଖିବା ବେଳକୁ ରୋଷେଇ ଘର ବାସନ ଭିତରେ ଅହିରାଜ ସାପ ରହିଥିଲା | କଥା ଟା ଶୁଣିଲେ ଆପଣଙ୍କୁ ବିଚଳିତ ଲାଗିପାରେ ହେଲେ ପ୍ରକୃତ ରେ ଏହା ସତ୍ୟ , କିଛି ବଡ଼ ଅଘଟଣ ପୂର୍ବରୁ ସାପ ର ଉପସ୍ଥିତ ଜାଣିପାରି ଅହିରାଜ କୁ କାବୁ କରିଥିଲେ ବନ ବିଭାଗ ର ତାଲିମପ୍ରାପ୍ତ ସାପ ଧରାଳି । ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶର ଦେବ କୁଣ୍ଡ ଗାଁ ରେ , ଆଜି ଘର ଭିତରେ ଏକ ବିରାଟ ଅହିରାଜ ସାପ ଥିବା ଜାଣିପାରି ଲୋକେ ବନ ବିଭାଗ କୁ ଖବର ଦେଇଥିଲେ , ଉଦଳା ବନବିଭାଗ ଏବଂ ଶିମିଳିପାଳ ର ରେସ୍କୁ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଅହିରାଜ ସାପ ଟି ଘର ଭିତରେ ଲୁଚିଥିବା ଦେଖିବାକୁ ପାଇଥିଲେ । ତାଲିମପ୍ରାପ୍ତ ସାପ ଧରାଳି କୃଷ୍ଣଚନ୍ଦ୍ର ଗୋଛାୟତ ସାବଧାନତାର ସହିତ ଅହିରାଜ କୁ କାବୁ କରିଥିଲେ, କୁହାଯାଉଛି କି ଅହିରାଜ ଟି ପାଖାପାଖି ପନ୍ଦର ଫୁଟ ଲମ୍ବର ଥିଲା ,ସପୃର୍ଣ୍ଣ ବୟସ୍କ ର ସାପ ଟି ଧରିବା କୁ ଅନେକ ବିପଦ ରହିଥିଲା ,କୁହାଯାଏ ଅହିରାଜ ର ଗୋଟିଏ ଚୋଟ ସାଧାରଣ ମଣିଷକୁ ନିହିତ ମୃତ୍ୟୁ ମୁଖକୁ ଟାଣି ନେଇଥାଏ ,ହେଲେ ସାପ ଟି ପ୍ରଥମେ ଜମା କାବୁ ହେଉନଥିବା ବେଳେ ଶେଷରେ ସାପ ଧରାଳି ମାନେ ତାକୁ ଅତି ଚତୁରତାର ସହ କାବୁ କରିଥିଲେ। ଅହିରାଜ ସାପ ଟି ସିଡୁଲ ଓ୍ବାନ ପ୍ରଜାତିର, ଗ୍ରାମବାସୀ ସାପ ଦେଖି ଭୟଭୀତ ହୋଇପଡିଥିଲେ ହେଲେ ତାକୁ ମାରି ନ ଥିଲେ ବରଂ ବନ ବିଭାଗ କୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ ନିୟମ ଅନୁଯାୟୀ ସାପ କୁ ଶିମିଳିପାଳ ଅଭୟାରଣ୍ୟ ରେ ଛାଡି ଦେଇଥିବା ଜଣାପଡ଼ିଛି।
Sign in
Sign in
Recover your password.
A password will be e-mailed to you.