ଭୁବନେଶ୍ୱର ଥିବା ବକ୍ସି ଜଗବନ୍ଧୁ ବିଦ୍ୟାଧର କଲେଜ ହଷ୍ଟେଲରୁ ଜଣେ ଛାତ୍ରିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ବିଜେବି କଲେଜର କାରୁବାକି ହଷ୍ଟେଲରେ ଏହି ଘଟଣା ଘଟିଥିବା ବେଳେ ଛାତ୍ରିଙ୍କ ମୃତ ଦେହ ହଷ୍ଟେଲ ରୁମ୍ ରେ ପଡିଥିଲା ଏବଂ ରୁମ ର କବାଟ ଭିତରପଟୁ ବନ୍ଦ ଥିଲା । ଛାତ୍ରିଙ୍କ ନାମ ରୁଚିକା ମହାନ୍ତି ସେ କଟକ ର ବାସିନ୍ଦା । ବିଜେପି କଲେଜର ସେ ଯୁକ୍ତ ୩ ର ପ୍ରଥମ ବର୍ଷର କଳାର ଛାତ୍ରୀ ଥିଲେ । ପ୍ରଥମେ ଛତ୍ରୀ ଜଣକ ରୁମ ଭିତରେ ଥିବା ବେଳେ ତାଙ୍କୁ ଡାକିବାରୁ ସେ କବାଟ ଖୋଲି ନଥିଲେ । କବାଟ ଖୋଲିବାରେ ବିଳମ୍ବ ହେବାରୁ ହଷ୍ଟେଲ ୱାଡେନ ଏବଂ ସୁପରିଟେଣ୍ଡେଂଟଙ୍କୁ ଏହି ସୂଚନା ଦିଆଯାଇଥିଲା । ପରେ ପରେ ଏହି ଘଟଣା ବିଷୟରେ ପୋଲିସ କୁ ଖବର କରାଯାଇ ଥିଲା । ପୋଲିସ ପହଂଚିବା ପରେ ଶାବଳ ଦ୍ୱାରା କବାଟକୁ ଭଙ୍ଗି ଥିଲା । ଫଳରେ ଛାତ୍ରୀଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ । ଏ ପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରି ନଥିବା ବେଳେ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି । ତେବେ ଆତ୍ମହତ୍ୟା ପଛର କାରଣ କଣ ତାହାର ମଧ୍ୟ ପୋଲିସ କିଛି ସୁରାଗ ପାଇ ନାହିଁ । ତଦନ୍ତ ପରେ ଏହା ସ୍ପଷ୍ଟ ହେବ ବୋଲି ବଡଗଡ ପୋଲିସ ସୂଚନା ଦେଇଛି ।
Sign in
Sign in
Recover your password.
A password will be e-mailed to you.