ଭୁବନେଶ୍ୱର,ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍। କାରକୁ ପିଟିଲା ଟ୍ରକ୍। ଚଳନ୍ତା କାରକୁ ୫୦ ମିଟର ଘୋଷାଡି ନେଲା ଟ୍ରକ୍। ଏହି ଟ୍ରକ୍ ଧକ୍କାରେ ତେଲ ଟାଙ୍କି ଫାଟି କାରରେ ଲାଗିଲା ନିଆଁ। ଜଳନ୍ତା କାରରୁ ଚାଳକଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ। ଖବର ଅନୁଯାୟୀ, ସ୍ଥାନୀୟ ବରମୁଣ୍ଡା କାଳୀ ମନ୍ଦିର ସମ୍ମୁଖରେ ଗୋଟିଏ ୱାଗନର କାରକୁ ପଛ ପଟୁ ଧକ୍କା ଦେଇଥିଲା ଟ୍ରକ୍। ଏହି ଧକ୍କା ପରେ ଚାଳକ ଥିବା କାରଟି ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ଘୋଷାଡି ହେବା ସହ ତେଲ ଟାଙ୍କି ଫାଟି ନିଆଁ ଲାଗିଯାଇଥିଲା। ସେପଟେ ଚଳନ୍ତା କାରରେ ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ଦମକଳ ବାହିନୀ ଏବଂ ପୋଲିସକୁ ଖବର ଦେଇଥିଲେ। ଏହାପରେ ଜଳନ୍ତା କାର ଭିତରୁ ଚାଳକଙ୍କୁ ଉଦ୍ଧାର କରିଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିବା ବେଳେ ପୋଲିସ୍ ଓ ସ୍ଥାନୀୟ ଲୋକେ ରାସ୍ତା ମଝିରୁ କାରକୁ କାଢି ନେଇଥିଲେ। ସେହିରି ଏହି ଦୁର୍ଘଟଣାରେ ଡ୍ରାଇଭର ସାମନ୍ୟା ଆହତ ହୋଇଥିବା ବେଳେ ଟ୍ରକ ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିଁ। ପୋଲିସ ସିସିଟିଭି ଫୁଟେଜକୁ ନେଇ ଯାଞ୍ଚ କରୁଛି ଖଣ୍ଡିଗିରି ପୋଲିସ।
Sign in
Sign in
Recover your password.
A password will be e-mailed to you.