କାଳିଆ ଯୋଜନା ହିତାଧିକାରୀଙ୍କ ପାଇଁ ଖୁସି ଖବର ଆଗାମୀ ୩ବର୍ଷ ଯାଏଁ ଚାଲିବ ଏହି ଯୋଜନା

226

ଡୁମାଣୀ ଟିଭି ,୨୮/୩ : କାଳିଆ ଯୋଜନାରେ ଲାଭ ପାଉଥିବା ହିତାଧିକାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର । ଆଗାମୀ ତିନି ବର୍ଷ ପର‌୍ୟ୍ୟନ୍ତ ପୁଣି ଚାଲୁ ରହିବ କାଳିଆ ଯୋଜନା। ଏଥିପାଇଁ ୫ ହଜାର ୯୩୩ କୋଟି ଟଙ୍କାର ବ୍ୟୟ ଅଟକଳକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି । ୨୦୧୯ରେ ଆରମ୍ଭ ହୋଇଥିବା କାଳିଆ ଯୋଜନା ଚଳିତ ମାର୍ଚ୍ଚ ମାସ ୩୧ ତାରିଖରେ ଶେଷ ହୋଇଥାନ୍ତା । ଏହି ଯୋଜନାରେ ହିତାଧିକାରୀଙ୍କୁ ବର୍ଷରେ ଦୁଇଥର ୨ ହଜାର ଟଙ୍କା ଲେଖାଏଁ ମିଳୁଛି । ଅକ୍ଷୟ ତୃତୀୟା ଏବଂ ନୂଆଖାଇରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସରକାର ଏହି ଟଙ୍କା ପଠାଇ ଦେଉଛନ୍ତି । ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀ, ନିଜର ଜମି ନଥିବା ଚାଷୀଙ୍କୁ ଏହି ଆର୍ଥିକ ସହାୟତା ମିଳୁଛି ।

ରାଜ୍ୟର କୃଷକମାନଙ୍କ ଆୟ ବୃଦ୍ଧି ପାଇଁ ୨୫୫ କୋଟି ଟଙ୍କା ବ୍ୟୟ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। କୋଭିଡ ମହାମାରୀ ସମୟରେ ବିଜୁ ଶିଶୁ ସୁରକ୍ଷା ଯୋଜନା ଅଧୀନରେ ଆଶୀର୍ବାଦ ଯୋଜନାକୁ ଉପଯୋଜନା ଭାବେ ପ୍ରଚଳନ କରିବାକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି। ମା ସମଲେଇ ମନ୍ଦିର ବିକାଶ ଯୋଜନା ପାଇଁ ଟେଣ୍ଡରକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହି କାର୍ଯ୍ୟ ୧୮ ମାସରେ ସାରିବାକୁ ଲକ୍ଷ୍ୟ ରଖା ଯାଇଛି । ଏଥିପାଇଁ ୧୨୦ କୋଟି ଟଙ୍କା ଖର୍ଚ୍ଚ ହେବ । ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା ବାବଦରେ ୮୨୩ କୋଟି ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଏହି ଅର୍ଥ ୫ ବର୍ଷରେ ବ୍ୟୟ କରିବାକୁ ଯୋଜନା ରହିଛି । ଏହାକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏ ସମ୍ପର୍କରେ ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି ।

କାଳିଆ ଯୋଜନା ହିତାଧିକାରୀଙ୍କ ପାଇଁ ଖୁସି ଖବର ଆଗାମୀ ୩ବର୍ଷ ଯାଏଁ ଚାଲିବ ଏହି ଯୋଜନା
Leave A Reply

Your email address will not be published.