ଗୁଜୁରାଟ ଦଙ୍ଗା ମାମଲାରେ ପ୍ରଧାମନ୍ତ୍ରୀଙ୍କୁ କ୍ଲିନ୍ ଚିଟ୍ , ଜାକିଆ ଜାଫ୍ରିଙ୍କ ଆବେଦନକୁ ସୁପ୍ରିମ୍ କୋର୍ଟରେ ଖାରଜ

548

ନୂଆଦିଲ୍ଲୀ, ୨୪/୦୬: ୨୦୦୨ ଗୁଜୁରାଟ ଦଙ୍ଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟାନ୍ୟଙ୍କୁ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଦେଇଥିବା କ୍ଲିନ୍ ଚିଟ୍ ବିରୋଧରେ ଦାଖଲ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଜଷ୍ଟିସ୍ ଏମ୍ ଖାନୱିଲକରଙ୍କ ନେତୃତ୍ୱରେ ଏକ ବେଞ୍ଚ ଉଭୟ ପକ୍ଷର ଯୁକ୍ତି ସମାପ୍ତ ହେବା ପରେ ଡିସେମ୍ବର ୯, ୨୦୨୧ ରେ ଏହାର ଆଦେଶ ସଂରକ୍ଷିତ କରି ରଖିଛି। କୋର୍ଟ ଏସଆଇଟିର ତଦନ୍ତ ରିପୋର୍ଟକୁ ସଠିକ୍ ଭାବରେ ଗ୍ରହଣ କରିଛନ୍ତି। ଜାକିଆ ଜାଫ୍ରି ହେଉଛନ୍ତି ପୂର୍ବତନ ସାଂସଦ ଅହସାନ ଜାଫ୍ରିଙ୍କ ପତ୍ନୀ।, ୨୦୦୨ ରେ ଗୁଜୁରାଟ ଦଙ୍ଗା ସମୟରେ ଜାକିଆ ଜାଫ୍ରିଙ୍କ ସ୍ୱାମୀ ଏହସାନ ଜାଫ୍ରି,କଂଗ୍ରେସର ବିଧାୟକ ଥିଲେ । ଗୁଜୁରାଟ ଦଙ୍ଗା ସମୟରେ ଗୁଲବର୍ଗ ସୋସାଇଟି ହତ୍ୟାକାଣ୍ଡରେ ଏହସାନ ଜାଫ୍ରି ମଧ୍ୟ ନିହତ ହୋଇଥିଲେ। ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରି ଏହସାନ ଜାଫ୍ରିଙ୍କ ବିଧବା ପତ୍ନୀ ଜାକିଆ ଜାଫ୍ରି ଏସଆଇଟି ରିପୋର୍ଟକୁ ଚ୍ୟାଲେଞ୍ଜ କରିଥିଲେ। ଏହା ପରେ ତାଙ୍କ ପତ୍ନୀ ଜାକିଆ ଜାଫ୍ରି ରାଜ୍ୟରେ ଦଙ୍ଗା ସମୟରେ ତତ୍କାଳୀନ ଗୁଜୁରାଟର ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ୬୪ ଜଣଙ୍କ କ୍ଲିନ୍ ଚିଟ୍ କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଥିଲେ। ଜାକିଆ ଜାଫ୍ରିଙ୍କ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଡଭୋକେଟ କପିଲ ସିବଲ ଏହା ପୂର୍ବରୁ ଜଷ୍ଟିସ ଦୀନେଶ ମହେଶ୍ୱରୀ ଏବଂ ଜଷ୍ଟିସ ସି.ଟି. ରବିକୁମାରଙ୍କ ଏକ ବେଞ୍ଚକୁ କହିଥିଲେ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ସେ କୌଣସି ଯୁକ୍ତି କରିନାହାଁନ୍ତି ଏବଂ ଏକ ବଡ଼ ଷଡଯନ୍ତ୍ରର ମୁକାବିଲା କରୁଛନ୍ତି। ସେଠାରେ ଥିବା ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍ (ଏସଆଇଟି) କୌଣସି ଅନୁସନ୍ଧାନ କରିନାହିଁ। ଗୋଦ୍ରା ଟ୍ରେନରେ ନିଆଁ ଲାଗିବା ଏବଂ ପରବର୍ତ୍ତୀ ଦଙ୍ଗା ଘଟଣାରେ ରାଜ୍ୟର ଉଚ୍ଚ ପଦାଧିକାରୀମାନେ କୌଣସି ଷଡଯନ୍ତ୍ରକୁ ସାମିଲ ନଥିଲେ ।

Leave A Reply

Your email address will not be published.