ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି: ମନ୍ତ୍ରୀ

169

ଭୁବନେଶ୍ୱର, ୧୬ ଜୁଲାଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି । ବିଭିନ୍ନ ବିଧାୟକ ମାନଙ୍କ ଦ୍ୱାରା ସେମାନଙ୍କର ଅଂଚଳରେ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଦିଆଯାଇଥିବା ପ୍ରସ୍ତାବ ସମ୍ପର୍କରେ ମୁଁ ନିଜେ ବିଭାଗର ଅଧିକାରୀ ମାନଙ୍କ ସହ ଯାଇ ସ୍ଥଳକୁ ପରିଦର୍ଶନ କରିବା ସହ ଏହି ସ୍ଥାନ ଗୁଡିକର କିପରି ବିକାଶ ହୋଇ ପାରିବ ସେ ନେଇ ଧ୍ୟାନ ଦେବି । ବିଧାୟକ ଧ୍ରୁବ ଚରଣ ସାହୁଙ୍କ ମୂଳ ପ୍ରଶ୍ନ ଓ ଅନ୍ୟ ବିଧାୟକ ମାନଙ୍କ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଆଜି ବିଧାନସଭାରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି ।

ଆଜି ପ୍ରଶ୍ନକାଳରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି , ୨୦୧୬ ପର୍ଯ୍ୟଟନ ନୀତି ଅନୁଯାୟୀ ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳୀଗୁଡ଼ିକର ଭିତ୍ତିଭୂମିର ବିକାଶ ଜାରି ରଖିଛନ୍ତି ।

ଏହି ପ୍ରଶ୍ନ ଉପରେ ଆଲୋଚନା ବେଳେ ନରସିଂହ ମିଶ୍ର, ବିଷ୍ଣୁବ୍ରତ ରାଉତରାୟ, ଭାସ୍କର ମଢେଇ, ଅଧିରାଜ ପାଣିଗ୍ରାହୀ ଭୂପିନ୍ଦର ସିଂହ, ତାରା ପ୍ରସାଦ ବାହିନୀପତି ଓ ଅନ୍ୟ ବିଧାୟକ ମାନେ ସେମାନଙ୍କ ଅଂଚଳରେ ଥିବା ବିଭିନ୍ନ ପର୍ଯଟନ ସ୍ଥଳ ଗୁଡିକର ବିକାଶ ପ୍ରସଙ୍ଗ ଉଠାଇଥିଲେ । ବିଷ୍ଣୁବ୍ରତ ରକ୍ତ ତୀର୍ଥ ଇରମ, ଚାରବାଟିଆ ବିଷୟ ଉଠାଇଥିବା ବେଳେ ଭାସ୍କର ମଢେଇ ବାଘାଜତୀନଙ୍କ କପ୍ତିପଦା ଅଂଚଳର ବିକାଶ କରାଯିବା ଆବଶ୍ୟକ ବୋଲି କହିଥିଲେ । ଅଧିରାଜ ପାଣିଗ୍ରାହୀ ପାତାଳଗଙ୍ଗାର ବିକାଶ ହେବା ଉଚିତ ବୋଲି କହିଥିଲେ ।

ନରସିଂହ ମିଶ୍ର ବଲାଙ୍ଗୀର ଜିଲ୍ଲାରେ ଥିବା ଭୀମ ପାହାଡ଼, ରାଣୀ ଝରିଆଲ ଓ ହରିଶଙ୍କର ଆଦି ପର୍ଯ୍ୟଟନସ୍ଥଳୀର ବିକାଶ କରାଯିବ ।କୁ ଦାବି କରିଥିଲେ ।

ସେହିପରି କୋରାପୁଟ ଜିଲ୍ଲାର ଦେଓମାଳୀ, ଗୁପ୍ତେଶ୍ୱର ଓ ମାଛକୁଣ୍ଡକୁ ପର୍ଯ୍ୟଟନସ୍ଥଳୀ ଘୋଷଣା କରାଯାଇଛି । ହେଲେ ଏଠାରେ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରାଯାଉନଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

Leave A Reply

Your email address will not be published.