ଭୁବନେଶ୍ୱର, ରାଜଧାନୀର ବାଣୀବିହାର ରେଳ ଷ୍ଟେସନ ନିକଟରେ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି। ମୃତକ ହେଲେ ଦୀପକ ଦାସ। ଏହି ଘଟଣାକୁ ନେଇ ତାଙ୍କ ସ୍ତ୍ରୀ ହତ୍ୟା ଅଭିଯୋଗ ଆଣିଛନ୍ତି। ଦୀପକ ଦାସ ପଟିଆ ସ୍ଥିତ ଆରୁଷି ହୋଟେଲରେ ୩ ବର୍ଷ ହେଲା କାମ କରି ଆସୁଥିଲେ। ପହରଦିନ ସକାଳୁ ଦୀପକ ହୋଟେଲ ଯାଇଥିଲେ, ହେଲେ ଆଉ ଘରକୁ ଫେରିନଥିଲେ। ମଙ୍ଗଳବାର ରେଳ ଲାଇନ କଡ଼ରେ ତାଙ୍କ ମୃତଦେହ ପଡ଼ିଥିବା ଖବର ପାଇଥିଲେ ଦୀପକଙ୍କ ସ୍ତ୍ରୀ ଦୀପାରାଣୀ। ଟ୍ରେନରେ କଟି ମୃତ୍ୟୁବରଣ କରିଛନ୍ତି କି କେହି ହତ୍ୟା କରି ଫିଙ୍ଗି ଦେଇଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମୃତଦେହକୁ ଦେଖିଲେ ଟ୍ରେନରେ କଟି ମୃତ୍ୟୁବରଣ କରିଥିବା ଜଣାପଡ଼ୁନାହିଁ ବୋଲି ସନ୍ଦେହ କରିଛନ୍ତି ପରିବାର ଲୋକ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
Sign in
Sign in
Recover your password.
A password will be e-mailed to you.