ବିଦ୍ରୋହୀ ବିଧାୟକ ପଳାତକ, ଗଦ୍ଦାର, ବେଇମାନ, ଇସ୍ତଫା ଦେଇ ନିର୍ବାଚନ ଲଢ଼ନ୍ତୁ- ରାଉତ

290

ମୁମ୍ବାଇ – ଶିବସେନା ପ୍ରବକ୍ତା ତଥା ରାଜ୍ୟସଭା ସଦସ୍ୟ ସଂଜୟ ରାଉତ ରବିବାର ଦିନ ପ୍ରଥମ ଥର ବିଦ୍ରୋହୀ ବିଧାୟକଙ୍କ ପାଇଁ କଠୋର ଭାଷାର ପ୍ରୟୋଗ କରିଛନ୍ତି । ସେ ବଗାବତ କରିଥିବା ବିଧାୟକଙ୍କୁ ପଳାତକ, ବେଇମାନ ଏବଂ ଗଦ୍ଦାର ପ୍ରମାଣିତ ହୋଇ ଇସ୍ତଫା ଦେଇ ନିର୍ବାଚନ ଲଢ଼ିବା ପାଇଁ ଆହ୍ୱାନ ଦେଇଛନ୍ତି । ଉଲ୍ଲେଖନୀୟ ଯେ ବାଗି ବିଧାୟକ ଏହି ଦିନମାନଙ୍କରେ ଏକନାଥ ଶିଂଦେଙ୍କ ନେତୃତ୍ୱରେ ଗ୍ୱୋହାଟୀର ହୋଟେଲ ରେଡିୟନରେ ରହିଥିଲେ । ସଞ୍ଜୟ ରାଉତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ବିଦ୍ରୋହ ଉଦାହରଣ ଦେଇ କହିଛନ୍ତି ଯେ ସେ ମଧ୍ୟ ଶିବସେନା ସହିତ ବିଦ୍ରୋହ କରିବା ପରେ ଇସ୍ତଫା ଦେଇଥିଲେ । ରାଉତ କହିଛନ୍ତି ଯେ ଆସାମରେ ବନ୍ୟାରେ ଶବ ଭାସୁଛି ଏବଂ ଏ ସମସ୍ତ ହୋଟେଲରେ ମୌଜମସ୍ତି କରିଛନ୍ତି । ଏହା ବିରୁଦ୍ଧରେ ପୁଣେ ଏବଂ ମୁମ୍ବାଇରେ ଶିବସୈନିକଙ୍କ ପ୍ରଦର୍ଶନ ଜାରି ଅଛି ।

Leave A Reply

Your email address will not be published.