ମୋଦି ସରକାର ଉପରେ ବର୍ଷିଲେ ରାହୁଲ ଗାନ୍ଧୀ ||

173

ଲଦାଖ ସୀମାରେ ଚାଇନାର ସେତୁ ନିର୍ମାଣକୁ ନେଇ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି, ମୋଦି ସରକାର ଦେଶବାସୀ ଙ୍କ ସହିତ ବିଶ୍ୱାସ ଘାତକତା କରୁଛନ୍ତି । ଚାଇନା ନିଜର ଉନ୍ନତି ପାଇଁ ଲାଦଖ ସୀମା ରେ ଭିତ୍ତିପ୍ରସ୍ତର ସ୍ଥାପନ କରୁୟହାଇବା କେନ୍ଦ୍ର ସରକାର ର ନୀରବତା କୁ ନେଇ ବର୍ଷିଲେ ରାହୁଲ ।ରାହୁଲ ଗାନ୍ଧୀଙ୍କ ପୂର୍ବରୁ ଆମେରିକାର ଜେନେରାଲ ଚାଲରସ ଏ ଫ୍ଲିନି ଲଦାଖ ସୀମାରେ ଚାଲିଥିବା ଚାଇନାର ସେତୁ ନିର୍ମାଣ ସମ୍ପର୍କରେ ଏକ ବୟାନ ଦେଇଛନ୍ତି ।ଚାଇନା କ୍ରମାଗତ ଭାବରେ ରାସ୍ତା ନିର୍ମାଣ କରୁଛି କିନ୍ତୁ କେ୪ନ୍ଦ୍ର ସରକାର ଚୁପ କାହିଁକି ?ଏହା ଦେଶ ପାଇଁ କ୍ଷତି କାରକ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।ଅନ୍ୟପଟେ ଗତ ମାସରେ ଚାଇନା ପୂର୍ବ ଲଦାଖର ପ୍ୟାଙ୍ଗଙ୍ଗ ହ୍ରଦ ଚାରିପାଖରେ ଆଉ ଏକ ସେତୁ ନିର୍ମାଣ କରୁଛି । ଚୀନ ପାର୍ଶ୍ୱରୁ ଏହି ସେତୁ ନିର୍ମାଣ ପଛରେ ଏକ ବିଶେଷ କାରଣ ମଧ୍ୟ ଅଛି । ସେତୁ ନିର୍ମାଣ କରିବା ଦ୍ୱାରା ଚୀନ ନିଜର ସୌନ୍ୟବାହିନୀଙ୍କୁ ସହଜରେ ଆଣିପାରିବ । ଯାହାକି ଭବିଷ୍ୟତ ରେ ଭାରତ ପାଇଁ ବଡ ବିପଦ ଆଣିବ ।ଏହି ଘଟଣା ନୂଆ ନୁହେଁ ,ଚୀନ୍ କ୍ରମାଗତ ଭାବରେ ଭାରତ ସହିତ ସୀମାନ୍ତ ଅଞ୍ଚଳରେ ସଡ଼କ ଏବଂ ଆବାସିକ କ୍ଷେତ୍ର ଭଳି ଅନ୍ୟାନ୍ୟ ଭିତ୍ତିଭୂମି ପ୍ରତିଷ୍ଠା କରୁଛି।

Leave A Reply

Your email address will not be published.