ଯୁବକଙ୍କ ନିଖୋଜ ହେବା ନେଇ ଖୋର୍ଦ୍ଧା ଆଦର୍ଶ ଥାନାରେ ଅଭିଯୋଗ

170

ଖୋର୍ଦ୍ଧା ଆଦର୍ଶ ଥାନା ଅଧିନସ୍ଥ ପୁବୁସାହି ଗ୍ରାମ ରେ ଥିବା ଏକ କବାଡିଆ ଗୋଦାମ ରେ ସେହି ଗ୍ରାମ ର ବାସୁଦେବ ପ୍ରଧାନ ଦୀର୍ଘ ଦିନ ଧରି ଶ୍ରମିକ ଭାବରେ କାର୍ଯ୍ୟ କରି ଆସୁଥିଲେ l ଗତ 21. ରିଖ ରବିବାର ଦିନ ବାସୁଦେବ କମ ସାରି ନିଜ ଘର କୁ ନ ଫେରିବାରୁ ବାସୁଦେବ ଙ୍କ ସ୍ତ୍ରୀ କବାଡିଆ ଗୋଦାମ ର ମାଲିକ ରବି ମୁଦୁଲି ଙ୍କୁ ଯୋଗାଯୋଗ କରିବାରୁ ବାସୁଦେବ ଙ୍କ ପ୍ୟାଣ୍ଟ, ସାର୍ଟ ନେଇ ଗୋଦାମ କୁ ଆସିବାକୁ କହିଥିଲେ l ଫଳରେ ବାସୁଦେବ ଙ୍କ ସ୍ତ୍ରୀ ପ୍ୟାଣ୍ଟ, ସାର୍ଟ ଏବଂ ସାଙ୍ଗରେ ନିଜ ଝିଅ କୁ ଧରି ରବି ମୁଦୁଲି ଙ୍କ କବାଡିଆ ଗୋଦାମ କୁ ଯାଇଥିଲେ l ସେଠାରେ ଦେଖିବାକୁ ପାଇଥିଲେ ଦୁଇ ଜଣ ବ୍ୟକ୍ତି ବାସୁଦେବ ଙ୍କ ହାତ କୁ ଧରି ଟେକି ଟେକି ଆଣୁଛନ୍ତି l ଏ ସମ୍ପର୍କ ରେ କାରଣ ଜାଣିବାକୁ ବାସୁଦେବ ଙ୍କ ସ୍ତ୍ରୀ ପଚାରିବାରୁ କବାଡିଆ ଗୋଦାମ ରୁ 72 ହଜାର ଟଙ୍କା ର କବାଡିଆ ଜିନିଷ ବାସୁଦେବ ଚୋରି କରି ବିକ୍ରି କରିଦେଇଛି, ସେଥିପାଇଁ ତାକୁ ବାନ୍ଧି କି ରଖିଛି, ମୋତେ 72 ହଜାର ଟଙ୍କା ଦେଲେ ମୁଁ ତାକୁ ଛାଡ଼ିବି ବୋଲି ରବି ମୁଦୁଲି ବାସୁଦେବ ଙ୍କ ସ୍ତ୍ରୀ କୁ କହିଥିଲେ, କିଛି ସମୟ ପରେ ରାତି 12 ସମୟରେ ରବି ମୁଦୁଲି ବାସୁଦେବ ଙ୍କ ସ୍ତ୍ରୀ ଙ୍କୁ ଫୋନ କରି କହିଥିଲେ ଜେ ମୁଁ ବାସୁଦେବ କୁ ଛାଡି ଦେଇଛି ସେ ଘରେ ପହଂଚିଲାଣି କି ନାହିଁ, ବାସୁଦେବ ଙ୍କ ସ୍ତ୍ରୀ ନାହିଁ କରିବାରୁ ସେ ଫୋନ କାଟି ଦେଇଥିଲେ l ବାସୁଦେବ ଙ୍କ ସ୍ତ୍ରୀ ପୁନର୍ବାର କବାଡିଆ ଗୋଦାମ କୁ ଯାଇ ସେଠାରେ ବାସୁଦେବ ଙ୍କୁ ନପାଇ ଖୋର୍ଦ୍ଧା ଆଦର୍ଶ ଥାନା ରେ ଲିଖିତ ଅଭିଯୋଗ କରିଥିଲେ, ଅଭିଯୋଗ ପାଇବାପରେ ଘଟଣା ଟିର ତଦନ୍ତ କରି ପୁଲିସ କବାଡିଆ ଗୋଦାମ ମାଲିକ ରବି ମୁଦୁଲି କୁ ଥାନା ରେ ଅଟକ ରଖିଛନ୍ତି , ତେବେ ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ ର ତଦନ୍ତ ରେ ଶିଥିଳତା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିବା ସହିତ, ଏହି ଘଟଣା ର ସତ୍ୟା ସତ୍ୟ ଉନ୍ମୋଚନ କରିବାକୁ ଦାବୀ କରିଛନ୍ତି, ନଚେତ ଆଗାମୀ ଦିନ ରେ ରାଜରାସ୍ତା କୁ ଉଲ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି l

Leave A Reply

Your email address will not be published.