ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଯାହାର ଭିନ୍ନ ଏକ ଚିତ୍ର ସାମ୍ମନାକୁ ଆସିଛି । କିଏ ଖାଇବାକୁ ପାଉନି ତ କାହା ପାଖରେ ପିଇବା ପାଣି ନାହିଁ , ଆଉ କେଉଁଠି ବିଜୁଳି ନାହିଁ ଅନ୍ଧାରରେ ଲୋକେ ଜଳବନ୍ଦୀ ଭାବେ ଜୀବନ ଅତିବାହିତ କରୁଛନ୍ତି । ପ୍ରଶାସନ ତତ୍ପର ରହିଛି ଲୋକଙ୍କୁ ଅସୁବିଧା ଭିତରୁ ଉଦ୍ଧାର କରିବା ପାଇଁ । ସେପଟେ ବନ୍ୟା ରେ ଲୋକଙ୍କ ର ବିଗିଡିଛି ସ୍ୱାସ୍ଥ୍ୟସେବା । ଯାହାର ପ୍ରଭାବ ଦେଖିବାକୁ ମିଳିଛି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ । ଥଣ୍ଡା, ଜ୍ୱର, ଝାଡ଼ାବାନ୍ତି ଭଳି ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ସେହିପରି ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ହସ୍ପିଟାଲରେ ଦେଖାଦେଇଛି ଅଭାବନୀୟ ପରିସ୍ଥିତି । ଆବଶ୍ୟକୀୟ ସଂଖ୍ୟାରେ ବେଡ଼ ନଥିବାରୁ ହସ୍ପିଟାଲର ବାରଣ୍ଡାରେ ପଡ଼ି ରହି ଚିକିତ୍ସିତ ହେଉଛନ୍ତି ରୋଗୀ । ତେବେ ହଠାତ ରୋଗୀ ସଂଖ୍ୟା ବଢ଼ିଯିବାରୁ କ୍ୟାପିଟାଲ ହସ୍ପିଟାଲ ଉପରେ ଚାପ ବଢ଼ିଛି । ଯେଉଁଥିପାଇଁ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷା ଓ ବନ୍ୟା ପାଇଁ ବହୁ ରୋଗୀ ପାଖ ଡାକ୍ତରଖାନା ଉପରେ ଭରସା କରିବା ପାଇଁ ଭୟଭୀତ ହେଉଛନ୍ତି । ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଅଭାବ ସାଙ୍ଗକୁ ହସ୍ପିଟାଲରେ ଜ୍ବର, ଝାଡ଼ାବାନ୍ତିରେ ପୀଡ଼ିତ ଲୋକଙ୍କ ସଂଖ୍ୟା ଅଧିକ ଥିବାରୁ ସେମାନେ ସେଠାକୁ ଯିବାକୁ ଉଚିତ ମଣୁନାହାନ୍ତି । ହସ୍ପିଟାଲରେ ସୀମିତ ଶଯ୍ୟା ଓ ସୀମିତ କର୍ମଚାରୀ ଥିବାରୁ ସମସ୍ତଙ୍କ ପାଇଁ ଶଯ୍ୟା ଓ ଉତ୍ତମ ଚିକିତ୍ସା ମିଳିବା ସମ୍ଭବ ହୋଇପାରୁ ନାହିଁ । ବହୁ ଶିଶୁ, ସ୍ତ୍ରୀ ଓ ପ୍ରସୂତି ବିଭାଗ, ମେଡିସିନ୍, ହଇଜା ବିଭାଗରେ ରୋଗୀମାନେ ତଳେ ସୋଇଥିବାର ନଜର ରହିଛି । ଆଉ କେଉଁ ମେଡିକାଲ ରେ ଆଉ ରୋଗୀ ରହିବା ସମ୍ଭବ ହେଉନଥିବାରୁ ବାହାରେ ରହୁଛନ୍ତି ଅପେକ୍ଷା କରି ରହୁଛନ୍ତି କିମ୍ବା ଫେରି ଯାଉଛନ୍ତି । ସେହିପରି ପଞ୍ଜିକରଣ କେନ୍ଦ୍ରରେ ଗୁଡିକରେ ମଧ୍ୟ ବହୁ ଭିଡ଼ ପରିଲକ୍ଷିତ ହେଉଛି । ତେବେ ସ୍ୱାସ୍ଥ୍ୟସେବା ଏବେ ସେବେଠାରୁ ବଡ ସମସ୍ୟା ପାଲଟିଛି ।
Sign in
Sign in
Recover your password.
A password will be e-mailed to you.