ଭଦ୍ରକରେ ବନ୍ୟା ପରିସ୍ଥିତି ସଂଗୀନ

142

ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ ନଦୀ ବନ୍ୟା ଏବେ ସ୍ଥିତି ସଙ୍ଗିନ କରିଛି । ଜିଲ୍ଲାରେ ଗୋଟିଏ ସପ୍ତାହରେ ଦୁଇ ଦୁଇ ଥର ବନ୍ୟା ସ୍ଥିତି ଉପୁଜିଛି । କେଉଁଝର ,ଆନନ୍ଦପୁର ଏବଂ ଦେଓ ପ୍ରକଳ୍ପ ପାଇଁ ଏଥର ଫୁଲିଛି ବୈତରଣୀ । ଏଥିରେ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକ ପ୍ରଭାବିତ ହୋଇଛି । ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୩ ହୋଇଥିବା ବେଳେ ଏହା ୧୮.୯୮ ମିଟରରେ ବନ୍ୟା ପାଣି ପ୍ରବାହିତ ହେଉଛି । ଖପୁରିଆପଦା ଠାରେ ବନ୍ୟା ଜଳ ରାସ୍ତାରେ ପ୍ରବାହିତ ହେଉଥିବାରୁ ଭଣ୍ଡାରିପୋଖରୀରୁ ଯାଜପୁର ଯୋଗାଯୋଗ ବିଚ୍ଛିନ ହୋଇଛି । ଭଣ୍ଡାରିପୋଖରୀ ବ୍ଲକର ପ୍ରାୟ 6 ପଞ୍ଚାୟତ ବର୍ତ୍ତମାନ ସୁଦ୍ଧା ପ୍ରଭାବିତ ହୋଇଥିବା ବେଳେ ଧାମନଗର ବ୍ଲକର ଅନେକ ଗାଁକୁ ବନ୍ୟା ଜଳ ପ୍ରବେଶ କରିଛି । ଧାମନଗର ବ୍ଲକର ୨୧ ଗ୍ରାମପଞ୍ଚାୟତର ୧୨୧ ଗାଁ ପ୍ରଭାବିତ ହେବା ଆଶଙ୍କା କରାଯାଉଥିବା ବେଳେ ବୈତରଣୀ ନଦୀର ବନ୍ୟା ଜଳ ବଢ଼ୁଥିବାରୁ ଜଳବନ୍ଦୀ ଗ୍ରାମର ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ଜିଲ୍ଲାରେ ୨ଟି ଓଡ୍ରାଫ, ୨ଟି ଏନଡଆରଏଫ ଓ ୮ଟି ଅଗ୍ନିଶମ ବାହିନୀ ମୃତୟନ ହୋଇଛନ୍ତି । ତଳିଆ ଅଞ୍ଚଳରେ ବନ୍ୟା ପାଣି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି ।

Leave A Reply

Your email address will not be published.