ରାଜ୍ୟରେ ୫୫ ଟି ନୂତନ ବାତ୍ୟା ଆଶ୍ରୟସ୍ଥଳୀ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ୨୯ କୋଟି ୩୬ ଲକ୍ଷ ମଞ୍ଜୁର

164

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଜ୍ୟରେ ୫୫ ଟି ନୂତନ ବାତ୍ୟା ଆଶ୍ରୟ ସ୍ଥଳୀ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ୨୯ କୋଟି ୩୬ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସର୍ବ ମୋଟ ୯୮ କୋଟି ଟଙ୍କା ବ୍ୟୟରେ ଏହି ୫୫ ଟି ଆଶ୍ରୟ ସ୍ଥଳୀ ନିର୍ମାଣ କରାଯାଉଛି । ତେବେ ଏନେଇ ପ୍ରଥମ ପର୍ଯ୍ୟାୟରେ ୨୯ କୋଟି ୩୬ ଲକ୍ଷ ଟଙ୍କା ଏପ୍ରେଲ ମାସରେ ମଞ୍ଜୁର କରିଥିଲେ । ଯାହାଫଳରେ ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ହୋଇଛି । ପୁଣି ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ୨୯ କୋଟି ୩୬ ଲକ୍ଷ ଟଙ୍କା ଉକ୍ତ କାର୍ଯ୍ୟକୁ ତ୍ୱରାନିତ୍ୱ କରିବା ପାଇଁ ମଞ୍ଜୁର କରିଛନ୍ତି । ବାତ୍ୟା, ବନ୍ୟା ଭଳି ପାକୃତିକ ବିପର୍ଯ୍ୟୟ ସମୟରେ ଏହା ଲୋକମାନଙ୍କୁ ଆଶ୍ରୟ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୁମୀକା ଗ୍ରହଣ କରିବ । ସେଥିପାଇଁ ଯେତେ ଶୀଘ୍ର କାର୍ଯ୍ୟ ଶେଷ ହେବ ସେତେ ଶୀଘ୍ର ଏହା ଲୋକଙ୍କ ଉପକାରରେ ଆସିବ । ତେଣୁ ଯଥାଶୀଘ୍ର କାର୍ଯ୍ୟ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

Leave A Reply

Your email address will not be published.