ଇମ୍ରାନଙ୍କୁ ଡବଲ ଝଟକା : ଅନାସ୍ଥା ପ୍ରସ୍ତାବ ଖାରଜ ନିଷ୍ପତ୍ତିକୁ ଅସାମ୍ବିଧାନିକ କହିଲେ ପାକ୍ ସୁପ୍ରିମକୋର୍ଟ

231

ଆସନ୍ତାକାଲି ଆସ୍ଥା ଭୋଟର ସମ୍ମୁଖୀନ ହେବେ ଇମ୍ରାନ ଖାନ୍ । ପାକ୍ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ। ପାକିସ୍ତାନ ରାଷ୍ଟ୍ରପତି ଆରିଫ ଆଲଭିଙ୍କ ଦ୍ବାରା ନ୍ୟାସନାଲ ଆସେମ୍ବଲି ଭଙ୍ଗ ନିଷ୍ପତ୍ତି ଅସମ୍ବିଧାନିକ ବୋଲି ପାକିସ୍ତାନ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ଏହା ସହିତ ଆସନ୍ତାକାଲି ଅର୍ଥାତ ଶନିବାର ଦିନ ୧୦ଟା ବେଳେ ଇମ୍ରାନ ଖାନ ସରକାରଙ୍କ ବିରୋଧରେ ଆସ୍ଥା ଭୋଟ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉମର ଆଟା ବାନ୍ଦିଆଲଙ୍କ ଅଧ୍ୟକ୍ଷତାରେ ଥିବା ବୃହତ ୫ ଜଣିଆ ବେଞ୍ଚ୍ ଏହି ରାୟ ଦେଇଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆଗତ ଆସ୍ଥା ଭୋଟକୁ ରଦ୍ଦ କରିବାକୁ ନ୍ୟାସନାଲ ଆସେମ୍ବଲିର ଉପ-ବାଚସ୍ପତି କାସିମ ସୁରୀଙ୍କ ନିଷ୍ପତ୍ତି ଭୁଲ ଓ ଏହା ପାକିସ୍ତାନ ସମ୍ବିଧାନର ଧାରା-୯୫ର ବିରୁଦ୍ଧାଚରଣ କରୁଛି ବୋଲି ପାକ୍ ସୁପ୍ରିମକୋର୍ଟ ନିଜ ରାୟରେ କହିଛନ୍ତି ।

କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସମ୍ବିଧାନ ଦ୍ବାରା ବନ୍ଧା, ସେ ନ୍ୟାସନାଲ ଆସେମ୍ବଲି ଭଙ୍ଗ ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିଶ କରିପାରିବେ ନାହିଁ । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଇମ୍ରାନଙ୍କୁ ଝଟକା ଦେଇଛି ।

Leave A Reply

Your email address will not be published.