ଓଡିଶା କୁ ରେଡ ୱାର୍ଣ୍ଣିଙ୍ଗ

156

ଦକ୍ଷିଣ ମିଆଁମାର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ହେଉଥିବା ଘୂର୍ଣ୍ଣିବଳୟ ଚିନ୍ତା ବଢ଼ାଇଲାଣି ଓଡ଼ିଶାର । ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ସହିତ ୨ଦିନ ପାଇଁ ଓଡିଶାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।୧୯ ଓ ୨୦ ତାରିଖରେ ପ୍ରବଳ ବର୍ଷିବ । । ଆସନ୍ତାକାଲି ସାରା ଓଡିଶାରେ ବର୍ଷିବ । ଉତ୍ତର ଓଡିଶାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୦ ତାରିଖ ସକାଳ ବେଳକୁ ଅବପାତ ରୂପ ନେଇ ଝାଡଖଣ୍ଡରେ ପହଞ୍ଚିବ । ତେଣୁ ୧୦ ଓ ୨୦ ତାରିଖ ଓଡିଶା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଉତ୍ତର ଓଡିଶାରେ ୨୦ସେମି ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୪୫ରୁ ୫୫ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । କେବଳ ସେତିକି ନୁହେଁ ଭୂସ୍ଖଳନ ହେବା ଆଶଙ୍କା ରହିଛି । ତଳିଆ ଅଞ୍ଚଳରେ ବନ୍ୟାର ପ୍ରଭାବ ପଡିବ । ଛୋଟ ଛୋଟ ସହରାଞ୍ଚଳରେ ବନ୍ୟା ସ୍ଥିତି ଉପୁଜିପାରେ । ଏ ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.