ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ର ରାହାମା ନିକଟ ତେରମାଣପୁର ଠାରେ ମହାନଦୀ ଘେରିବନ୍ଧରେ ୬୦ ଫୁଟର ଘାଇ | ଫଳରେ ତେରମାଣପୁର ଓ କୋଠସାହି ଦୁଇଟି ଗାଁ ସଂପୁର୍ଣ ପ୍ରଭାବିତ ହୋଇଛି | ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଁଚି ରେସ୍କ୍ଯୁ କରୁଛନ୍ତି | ହଠାତ୍ ଘେରିବନ୍ଧ ଭାଙ୍ଗି ଗାଁରେ ପାଣି ପଶିଯିବା ଫଳରେ ଲୋକମାନେ ଜିନିଷପତ୍ର ଛାଡି ନିକଟ କେନାଲ୍ ବନ୍ଧ ଉପରକୁ ପଳାଇ ଆସିଥିଲେ | ତେବେ ଏଥିରେ ମୋଟ ୩୦ଜଣ ଫାୟାର କର୍ମଚାରୀ ଓ ୫ଜଣ ଆପଦମିତ୍ର ନିୟୋଜିତ ରହି ରେସ୍କ୍ଯୁ କାର୍ଯ୍ଯ ଚଳାଇଛନ୍ତି |ପାରାଦୀପ ବିଧାୟକ ସଂବିତ୍ ରାଉତରାୟ, କୁଜଙ୍ଗ ବ୍ଲକ୍ ଚେୟାରମ୍ଯାନ୍ ଏବଂ ବିଭିନ୍ନ ରାଜନେତା ଆସି ପହଞ୍ଚିଥିଲେ | ଖୁବ୍ ଶିଘ୍ର ଲୋକମାନଙ୍କ ସହିତ ଆଲୋଚନା କରାଯାଇ ସେମାନଙ୍କ ସହଯୋଗରେ ସ୍ଥାୟି କଙ୍କ୍ରିଟ୍ ଘେରିବନ୍ଧ ନିର୍ମାଣ କରାଯିବବୋଲି ବିଧାୟକ ପ୍ରତିଶ୍ରୁତି ଦେବାସହ ଆଗାମି ଦିନରେ ଗାଁ ଭିତରକୁ ବନ୍ଯା ଆସିବନାହିଁ ବୋଲି କହିଥିଲେ |
Sign in
Sign in
Recover your password.
A password will be e-mailed to you.