ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ କୋଟକଣା ରେ ବନ୍ୟା ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାପ କାମୁଡାରେ ଜଣେ 7 ବର୍ଷର ପିଲା ଗୁରୁତର ହେବା ସହିତ ଅନ୍ୟ ଜଣେ 27 ବର୍ଷୀୟ ଯୁବକ ମଧ୍ୟ ସାପ କାମୁଡ଼ାରେ ଗୁରୁତର ହୋଇଥିବା ଜଣାପଡିଛି । ତେବେ 7 ବର୍ଷର ଗୁରୁତର ପିଲାଟି କୁ କଟକ ଶିଶୁଭବନ ରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଜଣେ 27 ବର୍ଷୀୟ ଯୁବକଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ୨ଜଣ ମହିଳା ବନ୍ୟାପାଣିରେ ପଂସିଥିବାରୁ ତାଙ୍କୁ ତିର୍ତୋଲ ଅଗ୍ନିସମ ବାହିନୀ ଓ ଯୁବ ସମାଜସେବୀ ସୁବଣ୍ଣ ପଣ୍ଡା ଓ ସ୍ଥାନିୟ ଲୋକଙ୍କ ସହଯୋଗରେ ଉଧାର କରାଯିବା ସହ ମଣିଜଙ୍ଗା ଗୋଷ୍ଠି ସ୍ୱାସ୍ତ୍ୟ କେନ୍ଦ୍ର ରେ ଭର୍ତି କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.