ଖୋର୍ଦ୍ଧା ଡାକ୍ତରଖାନାରେ ରୋଗୀସେବା ବିପର୍ଯ୍ୟସ୍ତ

148

ଖୋର୍ଦ୍ଧା : ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନୁଦାନରେ ନିର୍ମଳପ୍ଲସ ଯୋଜନାରେ ଖୋର୍ଦ୍ଧା ଜିଲ୍ଲାର ଡାକ୍ତରଖାନା ମାନଙ୍କରେ ଆଟେଣ୍ଡାଣ୍ଟ ନିଯୁକ୍ତି ପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ମନ୍ଥର ଗତି ଯୋଗୁଁ ଜିଲ୍ଲାର ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏହାକୁ ତୁରନ୍ତ କାର୍ଯ୍ୟକାରି କରିବା ପାଇଁ ଖୋର୍ଦ୍ଧା ବିକାଶ ମଞ୍ଚ ତରଫରୁ ଏକ ପ୍ରତିନିଧି ଦଳ ସଭାପତି ଆଇନ୍‌ଜୀବୀ ନରେନ୍ଦ୍ର ପୃଷ୍ଟି ଓ ସମ୍ପାଦକ ପ୍ରକାଶ ଦାସଙ୍କ ଆହ୍ୱାନରେ ସ୍ଥାନୀୟ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଯଦି ୧୫ ଦିନ ମଧ୍ୟରେ ଏହା କାର୍ଯ୍ୟକାରି କରା ନଯାଏ ତେବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ସଭାପତି ଓ ସମ୍ପାଦକ ଚେତାବନୀ ଦେଇଛନ୍ତି । ପ୍ରକାଶଥାଉକି, ଜାତୀୟ ସ୍ୱାସ୍ଥ୍ୟ
ମିଶନ ପ୍ରାୟୋଜିତ ନିର୍ମଳପ୍ଲସ ଯୋଜନାରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଡାକ୍ତରଖାନାମାନଙ୍କରେ ପ୍ରାୟ ୮୪ ଗୋଟି ଆଟେଣ୍ଡାଣ୍ଟ ପଦବୀରେ ନିଯୁକ୍ତି ପାଇଁ ୨୦୨୧ ମସିହାରୁ
ନିର୍ଦ୍ଦେଶ ଆସିଅଛି । ଏଥିପାଇଁ ଖୋର୍ଦ୍ଧାର ତତ୍‌କାଳୀନ ଡିଷ୍ଟ୍ରିକ୍ଟ ପ୍ରୋଜେକ୍ଟ ମ୍ୟାନେଜର ଗୀତାଞ୍ଜଳୀ ଦାସ ଗତ ଜାନୁଆରୀ ମାସରେ ଟେଣ୍ଡର ଆହ୍ୱାନ କରିଥିଲେ । ଓଡିଶାର ପ୍ରାୟ ଏକାଧିକ ବଛା ବଛା ଟେଣ୍ଡରଧାରୀ ଏଥିପାଇଁ ସେହି ମାସରେ ଟେଣ୍ଡର ପକାଇଲେ । ଏହାପରେ ସେହି ଜାନୁଆରୀ ମାସରେ ତତ୍‌କାଳୀନ ପ୍ରୋଜେକ୍ଟ ମ୍ୟାନେଜର ଗୀତାଞ୍ଜଳୀ ଦାସଙ୍କର ଅନ୍ୟତ୍ର ବଦଳି ହୋଇଗଲା ଏବଂ ତାଙ୍କ ସ୍ଥାନରେ ପ୍ରକାଶ ବାନାର୍ଜୀ ଡିଷ୍ଟ୍ରିକ୍ଟ ପ୍ରୋଜେକ୍ଟ ମ୍ୟାନେଜର ଭାବରେ ଯୋଗ ଦେଇଥିଲେ । ଶୁଣାଯାଏ ସ୍ଥାନୀୟ
ଏ.ଡି.ଏମ୍‌.ଓ. (ମେଡିକାଲ) ବିଶ୍ୱମୋହନ ମିଶ୍ର ଏହି ଟେଣ୍ଡର ଖୋଲିବା ପାଇଁ ପ୍ରୋଜେକ୍ଟ ମ୍ୟାନେଜର ଶ୍ରୀ ବାନାର୍ଜୀଙ୍କୁ ତିନି ତିନି ଥର ଚିଠି ଦେଇ ତାଗିଦ୍‌ କରିଥିଲେ । ତଥାପି ଶ୍ରୀ ବାନାର୍ଜୀ ଏହି ଟେଣ୍ଡର ବାକ୍ସ ଖୋଲିଲା ବେଳକୁ ତିନି ମାସ ବିଳମ୍ବ କରି ମାର୍ଚ୍ଚ ମାସରେ ଖୋଲିଥିଲେ । କିନ୍ତୁ ଦୁଃଖର ବିଷୟ ଜାନୁଆରୀ ମାସରୁ ଆଜି ପର୍ଯ୍ୟନ୍ତ ୬ ମାସ ବିତି
ଯାଇଥିଲେ ମଧ୍ୟ ପ୍ରୋଜେକ୍ଟ ମ୍ୟାନେଜରଙ୍କର ଢ଼ିଲା ପଣିଆରୁ ଏହି ଟେଣ୍ଡର ପ୍ରକ୍ରିୟା ସଂପୂର୍ଣ୍ଣ ହୋଇ ପାରିଲା ନାହିଁ । ଯାହାଫଳରେ ଖୋର୍ଦ୍ଧା ଡାକ୍ତରଖାନାରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ଏହି ଦାବିପତ୍ର ପ୍ରଦାନ ବେଳେ ଶ୍ରୀ ପୃଷ୍ଟିଙ୍କ ସହିତ ବିକାଶ ମଞ୍ଚର ସମ୍ପାଦକ ପ୍ରକାଶ କୁମାର ଦାସ, ଖୋର୍ଦ୍ଧା ଓକିଲ ସଂଘର ସଭାପତି ବିଜୟ କୁମାର ସାମନ୍ତସିଂହାର, ଉପସଭାପତି ପ୍ରଭାତ ବେହେରା ଏବଂ ମଞ୍ଚର କର୍ମକର୍ତ୍ତା ଗାୟତ୍ରୀ ବୋଷ, ବିନୋଦିନୀ ପଟ୍ଟନାୟକ, ପ୍ରିୟଦର୍ଶି ସ୍ୱାଇଁ, ସୁଧାଂଶୁ ନଳିନୀ ଦାସ, ଜୟନ୍ତୀ ସାହୁ, ମମତା ମଞ୍ଜରୀ ରାଉତ, ସଂଯୁକ୍ତା ରାମ, ପ୍ରଭାତ ପରିଡ଼ା, କାହ୍ନୁ ଖୁଣ୍ଟିଆ, ବିନତୀ ପଣ୍ଡା, ସନ୍ଧ୍ୟାରାଣୀ ମିଶ୍ର, ଶ୍ରର୍ମିଷ୍ଠା ପଟ୍ଟନାୟକ, ଲକ୍ଷ୍ମୀପ୍ରିୟା ପ୍ରଧାନ, ଶୁଭଶ୍ରୀ ବେହେରା,
ଚପଳା ସ୍ୱାଇଁ, ମାମିନା ସାହାଣୀ, ଇତିଶ୍ରୀ ସାହୁ, ସରସ୍ୱତୀ ଭଞ୍ଜ, ମାମିନା ପ୍ରଧାନ, ସୁସ୍ମୀତା ବେଉରା, କବିତା ମିଶ୍ର, ପ୍ରକାଶ ପରିଡା, ଲିଲି ଛୋଟରାୟ, ଶୁଭଶ୍ରୀ ବେହେରା, ସ୍ୱର୍ଣ୍ଣଲତା ବାରିକ, ବିଷ୍ଣୁପ୍ରିୟା ବଳିୟାରସିଂହ, ରବି ନାରାୟଣ ବେଉରା, ଶତୃଘନ ପ୍ରଧାନ, ଜ୍ୟୋସ୍ନା ମହାନ୍ତି, ସନ୍ଦିପ ବୋଷ ପ୍ରଭୁତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.