ନବରାତ୍ର ଯୋଗୁ ଦିଲ୍ଲୀରେ ମାଂସ ଦୋକାନ ବନ୍ଦକୁ ବିରୋଧ କଲେ ଓବେସୀ

223

ଆରମ୍ଭ ହୋଇଛି ମାତା ରାଣୀଙ୍କ ନବ ରାତ୍ରି ପୂଜା। ଏବେ ପୂରା ଦେଶର ହିନ୍ଦୁମାନେ ଉତ୍ସାହ ଉଦ୍ଦୀପନାର ସହ ଭକ୍ତି ଭାବରେ ମା’ଙ୍କୁ ପୂଜା କରୁଛନ୍ତି। ତେବେ ନବରାତ୍ରକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ରାଜନୈତିକ କନ୍ଦଳ ଆରମ୍ଭ ହୋଇଛି।

ରିପୋର୍ଟ ମୁତାବକ, ଦକ୍ଷିଣ ଦିଲ୍ଲୀର ମେୟର ମୁକେଶ ସୂର୍ଯ୍ୟାନ୍‌ ନବରାତ୍ର ଅବସରରେ ମନ୍ଦିର ଆଖପାଖରେ ଥିବା ମାଂସ ଦୋକାନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମାଂସ ଦୋକାନୀଙ୍କୁ ଏପ୍ରିଲ ୧୧ ଯାଏଁ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାହାକୁ ନେଇ ପ୍ରଶ୍ନ କରିଛନ୍ତି AIMIM ର ଅଧ୍ୟକ୍ଷ ଅସଦୁଦ୍ଦିନ ଓବେସୀ।

ସାଉଥ୍‌ ଦିଲ୍ଲୀର ମେୟର କମିଶନରଙ୍କୁ ଏ ନେଇ ଏକ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଯେ ୧୧ ଏପ୍ରିଲ ଯାଏଁ ନବରାତ୍ରି ଚାଲିଛି। ଏ ଅବସରରେ ଶ୍ରଦ୍ଧାଳୁମାନେ ମା’ ଦୁର୍ଗାଙ୍କ ଉପାସନା କରିଥାନ୍ତି ଓ ନିଜ ତଥା ପରିଜନଙ୍କ ପାଇଁ ମା’ଙ୍କ ଠାରୁ ଆଶୀର୍ବାଦ ନେବା ପାଇଁ ମନ୍ଦିର ଯାଇଥାନ୍ତି। ଏହି ଦିନ ମାନଙ୍କରେ ଲୋକମାନେ କେବଳ ଶାକାହାରୀ ଭୋଜନ ଗ୍ରହଣ କରିଥାନ୍ତି। ସେହିପରି କିଛି ଲୋକ ପିଆଜ ରସୁଣ ବି ଖାଇନଥାନ୍ତି। ଏଣୁ ଏହି ସମୟରେ ମନ୍ଦିର ଆଖପାଖରେ ମାଂସ ବିକ୍ରି କରିବା ଅସହଜ ମନେ ହୁଏ। ଏଣୁ ନବରାତ୍ର ଯାଏଁ ଏହି ଦୋକାନଗୁଡ଼ିକ ବନ୍ଦ କରାଯାଉ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମେୟର।

ମେୟରଙ୍କର ଏହି ନିଷ୍ପତ୍ତିକୁ ନେଇ ଏବେ AIMIM ର ଅଧ୍ୟକ୍ଷ ଅସଦୁଦ୍ଦିନ ଓବେସୀଙ୍କ ମନ୍ତବ୍ୟ ସାମ୍ନାକୁ ଆସିଛି। ଓବେସୀ କହିଛନ୍ତି, ମାଂସ ବି ପିଆଜ ରସୁଣ ଭଳି ଏକ ଖାଦ୍ୟ। ଏଣୁ ଏହାକୁ କିଣିବା ନ କିଣିବା ଗ୍ରାହକଙ୍କ ଉପରେ ନିର୍ଭର କରେ। ଯଦି ଆପଣ ମାଂସ ଖାଇବାକୁ ଚାହୁଁ ନାହାନ୍ତି ନ କିଣନ୍ତୁ। ଦୋକାନୀଙ୍କ ବେପାର ବନ୍ଦ କରିବାର କିଛି ମାନେ ନାହିଁ। ସେମାନଙ୍କୁ କ୍ଷତି ପୂରଣ କିଏ ଦେବ ବୋଲି ପ୍ରଶ୍ନ କରିଛନ୍ତି ଓବେସୀ।

Leave A Reply

Your email address will not be published.