ନୂଆଦିଲ୍ଲୀ,ମାତୃତ୍ୱରେ ରକ୍ତଛିଟା। ନିଜ କୋଳକୁ ରକ୍ତରଞ୍ଜିତା କଲା ଉଚ୍ଚ ଶିକ୍ଷିତା ମା’। ୪ ବର୍ଷର ନିଷ୍ପାପ ପୁତ୍ରକୁ ଗୋଆ ହୋଟେଲରେ ହତ୍ୟା କରି ଟ୍ୟାକ୍ସିରେ ବେଙ୍ଗାଲୁରୁ ପଳାଇ ଯାଉଥିଲା। ମମତାମୟୀ
ମା’ ପାଲଟିଗଲା ପିଶାଚୀନୀ। ତାଙ୍କୁ ନା ଅଟକାଇ ପାରିଲା ନିଜର ଖ୍ୟାତି ନା ବାତ୍ସଲ୍ୟମମତା। ୪ ବର୍ଷର ପୁଅର ମୃତଦେହକୁ ବ୍ୟାଗ୍ରେ ପୁରାଇ ପଳାଇ ଯାଉଥିଲେ ବେଙ୍ଗାଲୁରୁ ଅଭିମୁଖେ। କିନ୍ତୁ ଧରା ପକାଇ ଦେଇଥିଲା ହୋଟେଲ ରୁମ୍ରେ ପଡ଼ିଥିବା ରକ୍ତଛିଟା। ଅଭିଯୁକ୍ତ ମହିଳା ଜଣକ ହେଉଛନ୍ତି ସୂଚନା ସେଠ୍। ସେ ରହୁଥିବା କୋଠରୀରେ କର୍ମଚାରୀମାନେ ରକ୍ତଛିଟା ଦେଖିବା ପରେ ପୋଲିସକୁ ଜଣାଇଥିଲେ। ସିସିଟିଭି ଫୁଟେଜ ଯାଞ୍ଚ ପରେ ଜଣାପଡ଼ିଥିଲା ଯେ, ହୋଟେଲରେ ପୁଅ ସହ ରହୁଥିବା ସୂଚନା ସେଠ୍ ହୋଟେଲ ଛାଡ଼ିବା ବେଳେ ଏକାକୀ ଯାଉଛନ୍ତି। ତେଣୁ ତାଙ୍କ ଉପରେ ପୋଲିସର ସନ୍ଦେହ ଦୃଢ଼ୀଭୂତ ହୋଇଥିଲା। ସୂଚନା ସେଠ୍ ବେଙ୍ଗାଲୁରୁର ଏଆଇଷ୍ଟାଟ୍ଅପ୍ରେ ସିଇଓ ଭାବେ କାର୍ଯ୍ୟ କରନ୍ତି। ସେ ଜଣେ ଡାଟା ବୈଜ୍ଞାନିକ। କମ୍ପାନୀକୁ ଚାରି ବର୍ଷ ଧରି ଚଳାଇଆସୁଛନ୍ତି। ୨୦୨୧ରେ ଏଆଇଏଥିକ୍ସର ଶୀର୍ଷ ୧୦୦ ମେଧାବୀ ମହିଳାଙ୍କତାଲିକାରେ ସେ ସ୍ଥାନ ପାଇଥିଲେ। ହାଭାଡର଼୍ ସମେତ ଅନେପ୍ରତିଷ୍ଠିତଅନୁଷ୍ଠାନରେ କାର୍ଯ୍ୟ କରିଛନ୍ତି ଅଭିଯୁକ୍ତ ମହିଳା। ତେବେ ଏହି ଉଚ୍ଚଶିକ୍ଷିତା ମହିଳା କହିଁକି ୪ ବର୍ଷର ଅଜ୍ଞାନ ଶିଶୁକୁ ହତ୍ୟା କଲେ? ଏହା ପଛରେ କଣ କାରଣ ରହିଛି ତାହାର ଅନୁସନ୍ଧାନ କରୁଛି ପୋଲିସ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସୂଚନା ସେଠ୍ ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା। ତେବେ ସ୍ୱାମୀଙ୍କ ସହ ବିବାଦ ପରେ ୨୦୨୦ରେ ଉଭୟଙ୍କର ଛାଡ଼ପତ୍ର ହୋଇଥିଲା। ସେତେବେଳେ କୋର୍ଟ କହିଥିଲେ ଶିଶୁର ପିତା ତାଙ୍କ ପୁଅକୁ ପ୍ରତି ରବିବାର ଭେଟିପାରିବେ। ସୂଚନା ସେଠ୍ ଏହାକୁ ଆଦୌ ଗ୍ରହଣ କରିାରୁନଥିଲେ। ତେଣୁ ଏଭଳି କାଣ୍ଡ ଘଟାଇ ଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି।
#Crime#
Sign in
Sign in
Recover your password.
A password will be e-mailed to you.
Prev Post