ବସ୍ ରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ୩୦ ଯାତ୍ରୀ

691

କନ୍ଧମାଳ: କନ୍ଧମାଳ ଜିଲ୍ଲା କ. ନୂଆଗାଁ ଥାନା ଅନ୍ତର୍ଗତ ଧୁନ୍ଦିଆଡିହା ଘାଟିରେ ଆଜି ସକାଳେ ଏକ ଚଳନ୍ତା ବସ୍ ରେ ହଠାତ୍ ନିଆଁ ଲାଗିଯିବା ଫଳରେ ବସ୍ ଟି ସମ୍ପୂର୍ଣ୍ଣ ଜଳିଯାଇଛି । ହେଲେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି ବସ୍ ରେ ଯାତ୍ରା କରୁଥିବା ୩୦ ଯାତ୍ରୀ । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

କଳାହାଣ୍ଡି ଜିଲ୍ଲା ଏମ. ରାମପୁରରୁ ଭଞ୍ଜନଗରକୁ ଯାଉଥିବା ରୁଦ୍ରକାଳୀ ନାମକ ଏକ ଘରୋଇ ବସ୍ ଘାଟି ଉପରକୁ ଉଠୁଥିବା ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା କହିଛନ୍ତି ଗାଡିର ଡ୍ରାଇଭର । ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତିଛନ୍ତି ବସ୍ ର ଡ୍ରାଇଭର ସମେତ ସମସ୍ତ ୩୦ ଯାତ୍ରୀ । ତେବେ ଯାତ୍ରୀ ମାନେ ସେମାନଙ୍କ ଜିନିଷପତ୍ର ଗାଡିରୁ ବାହାର କରିପାରିନଥିଲେ । କ. ନୂଆଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ ସୁଦ୍ଧା ବସ୍ ଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା ।

Leave A Reply

Your email address will not be published.