ଝାରସୁଗୁଡ଼ା: ଝାରସୁଗୁଡ଼ା ବ୍ରଜରାଜନଗର ସ୍ଥିତ ହରିଓମ୍ ବିହାର ଠାରେ ଗତକାଲି ରାତିରେ ଘରେ ଶୋଇଥିବା ବେଳେ ପୋଡି ହୋଇ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇଛନ୍ତି । ଆହତ ମାନେ ହେଲେ ରାଜେନ୍ଦ୍ର ସିଂ, ମଞ୍ଜିତ କୌର, ବଲଜିତ କୌର , ଇସ୍ମିତ କୌର ।
ସୂଚନା ଅନୁଯାୟୀ, ଗତକାଲି ଗୁରୁମିତ ସିଂଙ୍କ ଶ୍ରାଦ୍ଧବାର୍ଷିକ ଥିଲା ଏବଂ ଏଥିପାଇଁ ପୂଜାର୍ଚ୍ଚନା କରାଯାଇଥିଲା । ରାତିରେ ୪ ଜଣ ଗୋଟିଏ କୋଠରୀରେ ଶୋଇଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା । ଏଥିରେ ଗୁରୁମିତ ସିଂଙ୍କ ପତ୍ନୀ ବଲଜିତ କୌର, ତାଙ୍କର ଝିଅ ମଞ୍ଜିତ କୌର, ନାତୁଣୀ ଇସ୍ମିତ କୌର ଓ ପୁଅ ରାଜେନ୍ଦ୍ର ସିଂ ପୋଡି ହୋଇ ଗୁରୁତର ହୋଇ ପଡିଥିଲେ । ସମସ୍ତ ଗୁରୁତରଙ୍କୁ ରାଉରକେଲାସ୍ଥିତ ଆଇଜିଏଚକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ବ୍ରଜରାଜନଗର ପୋଲିସ ପହଂଚି ତଦନ୍ତ ଚଳାଇଛି । ଅନ୍ୟପକ୍ଷରେ କେଉଁ କାରଣ ପାଇଁ ଅଗ୍ନିକାଣ୍ଡ ଘଟିଛି ସାଇଂଟିଫିକ୍ ଟିମ୍ ପହଂଚି ଏହାର ଅଧିକ ତଦନ୍ତ କରିବ ବୋଲି ଝାରସୁଗୁଡ଼ା ଏସପି କହିଛନ୍ତି ।