ଭଦ୍ରକ ରେ ହେବ କଙ୍ଗାରୁ କୋର୍ଟ

140

ଗାଁରେ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ, ମହିଳାଙ୍କୁ ଆକ୍ରମଣ କରିବା ଘଟଣାରେ ଯୁବକଙ୍କୁ ଗଛରେ ବାନ୍ଧିଲେ ଗ୍ରାମବାସୀ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସଂପୃକ୍ତ ଯୁବକଙ୍କୁ ଥାନାକୁ ନିଆ ଯାଇଥିଲା । ପରେ ମହିଳାଙ୍କ ଏତଲା ପରେ ପୋଲିସ ସଂଗୀନ ଦଫାରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଅଶୋକ ପଲେଇକୁ କୋର୍ଟ ଚାଲାଣ କରିଥିବା ଜଣା ଯାଇଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ବିନାୟକପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସାମାନ୍ୟ କଳହରୁ ଜଣେ ଯୁବକ ସେହି ଗାଁର ଜନୈକା ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିବା ପରେ ଯୁବକଙ୍କୁ ଗଛରେ ବାନ୍ଧି ଦେଇଥିଲେ। ଗ୍ରାମରେ ଅଶୋକ ପଲେଇ ନାମକ ଯୁବକ ସାମାନ୍ୟ କଥାକୁ ନେଇ ଗାଁର ମଧୁସ୍ମିତା ନାୟକ ନାମ୍ନୀ ଜନୈକା ମହିଳାଙ୍କୁ କୋଦାଳ ଧରି ଗୋଡାଇ ଥିଲେ । ଗ୍ରାମବାସୀ ମହିଳାଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ସହ ଯୁବକଙ୍କୁ ଗଛରେ ବାନ୍ଧିବା ପରେ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବାସୁଦେବପୁର ପୋଲିସ ପହଞ୍ଚି ଯୁବକଙ୍କୁ ଥାନାକୁ ନେଇ ଯାଇଥିଲେ ।

Leave A Reply

Your email address will not be published.