ଭୋଟର ସଚେତନତା ରଥ ଉଦଘାଟିତ

157

ପୁରୀ, ୩ ସେପ୍ଟେମ୍ବର- ଭୋଟର ମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଏକ ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଉଦଘାଟନ କରିଛନ୍ତି। ଶନିବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭୋଟର ସଚେତନତା ରଥ ଉଦଘାଟନ କରି ଜିଲ୍ଲାପାଳ ଶ୍ରୀ ବର୍ମା ଏହି ରଥ ସାଧାରଣ ଭୋଟର ମାନଙ୍କୁ ସେମାନଙ୍କ ଦାୟିତ୍ଵ ଓ ଅଧିକାର ସମ୍ପର୍କରେ ସତର୍କ କରାଇବ ବୋଲି କହିଥିଲେ। ନିର୍ବାଚନ ଆୟୁକ୍ତ ଭୋଟର କାର୍ଡରେ ଆଧାର ନମ୍ବର ସଂଯୁକ୍ତ ପାଇଁ ବ୍ୟବସ୍ଥା କରିଥିବାରୁ ଭୋଟର ମାନଙ୍କୁ ସଚେତନ କରାଇବା, ନୂତନ ଭୋଟର ମାନଙ୍କୁ ଭୋଟର ତାଲିକାରେ ସାମିଲ କରାଇବା, ମୃତ ଇତ୍ୟାଦି କ୍ଷେତ୍ରରେ ଭୋଟର ତାଲିକାରୁ ନାମ ବାଦ ଦେବା ଏହି ସଚେତନତା ରଥର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ଡେପୁଟି କଲେକ୍ଟର ସୁମନ୍ତ କର, ଜିତେନ୍ଦ୍ର କୁମାର ପାତ୍ର, ତହସିଲଦାର ରବିନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.