ଡୁମାଣୀ ଟିଭି,୧୦/୪:କଟକ ଯୋବ୍ରା ନିକଟ ମହାନଦୀରେ ବଡ ଧରଣର ଅଘଟଣ ଘଟିଛି। ଗାଧୋଇବା ବେଳେ ନଦୀରେ ବୁଡିଗଲେ ତିନି ଯୁବକ । ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଏବେ ବି ଦୁଇ ଜଣ ନିଖୋଜ ଅଛନ୍ତି।
ତିନି ଜଣ ଯୁବକ ଯୋବ୍ରା ଆନିକଟ ନିକଟରେ ଗାଧୋଉଥିଲେ। ତେବେ ହଠାତ ତିନି ପାଣିରେ ବୁଡି ଯାଇଥିଲେ। ଜଣେ ଯୁବକକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇ ହସ୍ପିଟାଲ ପଠାଯାଇଛି। ଅନ୍ୟପଟେ ଏବେ ବି ଦୁଇ ଜଣ ନିଖୋଜ ଅଛନ୍ତି। ସ୍ଥାନୀୟ ଲୋକଙ୍କ ସହ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି ଅଗ୍ନିଶମ ବାହିନୀ। ତେବେ ନିଖୋଜ ଯୁବକଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ। ସମସ୍ତଙ୍କ ଘର ଚୂନଭାଟି ଚାରିଘରିଆରରେ ହୋଇଥିବା ସୂଚନା ମିଳିଛି।