ମହାପ୍ରଭୁଙ୍କ ଦର୍ଶନ କଲେ କିଶୋର
ଭୁବନେଶ୍ୱର/ପୁରୀ, (ଡିକେ ନୁ୍ୟଜ୍): ଏସୀୟକ୍ରୀଡ଼ାରେ ରୌପ୍ୟ ପଦକ ହାସଲ ପରେ ପୁରୀଜିଲ୍ଲା ବ୍ରହ୍ମଗିରି କୋଠସାହି ମାଟିର କିଶୋରକୁମାର ଜେନା ଏବେ ଗାଁର କ୍ରୀଡ଼ା ପ୍ରତିଭାମାନଙ୍କପାଇଁ ପ୍ରେରଣା ପାଲଟିଛନ୍ତି । ଏସୀୟ କ୍ରୀଡ଼ାରୁଫେରିବା ପରେ କିଶୋରଙ୍କୁ ତାଙ୍କ ଗାଁ ମାଟିରେଭବ୍ୟ ସ୍ୱାଗତ କରାଯାଇଛି । ଏହି ଅବସରରେପରିବାର ସହ କିଶୋର ମହାପ୍ରଭୁଙ୍କ ଦର୍ଶନ କରିଆଶୀର୍ବାଦ ନେଇଛନ୍ତି । ଅଲମ୍ପିକ୍ସରେ ଭଲପ୍ରଦର୍ଶନ ପାଇଁ ଗୁହାରି କରିଛନ୍ତି । ଏବେ ଅଲମ୍ପିକ୍ସପଦକ ତାଙ୍କର ପ୍ରମୁଖ ଲକ୍ଷ୍ୟ ବୋଲି କିଶୋରକହିଛନ୍ତି । ପରିବାର ସହ ସମୟ କାଟିବା ପରେଆସନ୍ତା ୨୦ ତାରିଖ ଶୁକ୍ରବାର ଭୁବନେଶ୍ୱରବିମାନବନ୍ଦରରୁ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମରହିଛି । ସେଠାରେ ଅଲିମ୍ପିକ୍ସ ପାଇଁ ତାଙ୍କରପ୍ରଶିକ୍ଷଣ ପୁଣି ଆରମ୍ଭ ହେବ । ପୁରୀରେପହଞ୍ଚେନ୍ତ କିଶୋରଙ୍କୁ ଅଠରନଳା ଠାରୁ ଭବ୍ୟଶୋଭାଯାତ୍ରାରେ ଏକ ଖୋଲା ଜିପରେ ବଡ଼ଦାଣ୍ଡଦେଇ ଶ୍ରୀମନ୍ଦିର ନିଆଯାଇଥିଲା । ସେଠାରେ ବହୁସେବାୟତ, କ୍ରୀଡ଼ାବିତ ତାଙ୍କୁ ପାଛୋଟିନେଇଥିଲେ । କିଶୋର ଶ୍ରୀମନ୍ଦିର ଯାଇମହାପ୍ରଭୁଙ୍କ ଦର୍ଶନ କରିବା ସହ ଦୀପଦାନକରିଥିଲେ । ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବାପରେ କିଶୋର କହିଛନ୍ତି, ବହୁଦିନରୁମହାପ୍ରଭୁଙ୍କ ଦର୍ଶନ କରି ନଥିଲି । ମହାପ୍ରଭୁଙ୍କଡୋରି ଲାଗିବା ପରେ ଆଜି ଦର୍ଶନର ସେଭାଗ୍ୟମିଳିଛି । ଓଡ଼ିଶା କ୍ରୀଡ଼ାରେବହୁତ ଉନ୍ନତି କଲାଣି ।ଆଗକୁ ଆହୁରି ଭଲ କ୍ରୀଡ଼ାପ୍ରତିଭା ବି ଓଡ଼ିଶାରୁ ବାହାରିଦେଶ ବିଦେଶରେ ସୁନାମଅର୍ଜିବେ । କିଶୋର କହିଛନ୍ତିଗତକାଲି ମୁଖ୍ୟମନ୍ତ୍ରୀଙ୍କୁଭେଟିବା ପରେ ସେମୋତେ ସହଯୋଗର ହାତବାଇଛନ୍ତି । ଯାହାଯେତେବେଳେ ବି ଅସୁବିଧାହୁଏ, ଜଣାଇବାକୁ କହିଛନ୍ତି ।ଆସନ୍ତା ମାସଠାରୁ ପ୍ରଶିକ୍ଷଣଆରମ୍ଭ ହେବ ବୋଲି ସେକହିଛନ୍ତି । ମହାପ୍ରଭୁଙ୍କଦର୍ଶନ ସାରି ଫେରିବାପରେ ଗାଁ ମାଟିରଯୁବକମାନେ ମଙ୍ଗଳାଘାଟଛକରୁ ବ୍ରହ୍ମଗିରି ପର୍ଯ୍ୟନ୍ତ କିଶୋରଙ୍କୁଶୋଭାଯାତ୍ରାରେ ପାଛୋଟି ନେଇଥିଲେ ।ରେବଣାନୂଆଗାଁଠାରୁ ପାଇକ ଆଖଡ଼ା ପ୍ରଦର୍ଶନସହ କିଶୋରଙ୍କୁ ସ୍ୱାଗତ କରାଯାଇଥିଲା । ବାଜା,ବାଣରେ ଅଞ୍ଚଳ କମ୍ପିଥିଲା । ବ୍ଲକ୍ ଛକରେପୂର୍ବତନ ବିଧାୟକ ସ୍ୱର୍ଗତ ଗୋପବନ୍ଧୁ ପାତ୍ରଙ୍କପ୍ରତିମୂର୍ତ୍ତିରେ କିଶୋର ପୁଷ୍ପମାଲ୍ୟ ଅର୍ପଣକରିଥିଲେ । ପରେ ପ୍ରଭୁ ଅଲାରନାଥଙ୍କ ମନ୍ଦିରଯାଇ ଦର୍ଶନ କରିଥିଲେ । ସେଠାରୁ ବ୍ରହ୍ମଗିରିବଜାର ଦେଇ ନିଜ ଗାଁ କୋଠସାହିକୁଯାଇଥିଲେ । ବାପା-ମା’, ୭ ଭଉଣୀ ଓ ଅନ୍ୟପରିବାରବର୍ଗଙ୍କୁ ଭେଟି କିଶୋର ଖୁସିବ୍ୟକ୍ତକରିଛନ୍ତି । କିଶୋର ପହଞ୍ଚିବା ପରେ ଗାଁରେ ବିଉତ୍ସବର ପରିବେଶ ସୃଷ୍ଟି ହୋଇଛି । କିଶୋରଙ୍କମା’ ହରପ୍ରିୟା ଜେନା କହିଛନ୍ତି, ୨ ବର୍ଷ ପରେଆଜି ପୁଅକୁ ଦେଖୁଛି । ଆଗକୁ ପୁଅ ଆହୁରିଭଲ ଖେଳୁ, ଏହା ହିଁ ମହାପ୍ରଭୁଙ୍କ ପାଖରେପ୍ରାର୍ଥନା । ବାପା କେଶବ ଜେନା ପୁଅକୁ ଦେଖିଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ ।ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବିକିଶୋରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେକହିଛନ୍ତି, କିଶୋରଙ୍କ ସଫଳତା ଆଜି ବ୍ରହ୍ମଗିରିଅଞ୍ଚଳର ପ୍ରତ୍ୟେକ ଯୁବିପିଢିକୁ ପ୍ରେରଣାଦେଉଛି । କିଶୋରଙ୍କ ନାଁରେ ବ୍ରହ୍ମଗିରିକୋଠସାହିରେ ୧୦ ଲକ୍ଷ ଟଙ୍କା ବ୍ୟୟରେକିଶୋର କ୍ଲବ ହେବ ବୋଲି ସେ କହିଛନ୍ତି ।ଶ୍ରୀଜଗନ୍ନାଥ ମନ୍ଦିରରେ ଓଡ଼ିଶୀ ଆସର