ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ପ୍ରଧାନମନ୍ତ୍ରୀଙ୍କ ରାଜ୍ୟସଭାରେ ଉତ୍ତର

680

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉତ୍ତର ରଖିଛନ୍ତି । ଆଲୋଚନାରେ ଅଂଶଗ୍ରହଣ କରିବା ସହ ନିଜ ନିଜ ବକ୍ତବ୍ୟ ରଖିବା ନେଇ ସେ ରାଜ୍ୟସଭା ସଦସ୍ୟମାନଙ୍କୁ ଧନ୍ୟବାଦ ମଧ୍ୟ ଅର୍ପଣ କରିଛନ୍ତି । ବିଶ୍ୱ ସମ୍ମୁଖୀନ ହେଉଥିବା କଠିନ ସମସ୍ୟା ରାଷ୍ଟ୍ରପତିଙ୍କ ଅଭିଭାଷଣ ଯୋଗୁଁ ଆଶ୍ୱସ୍ତ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେ କହିଛନ୍ତି ଯେ ଆଜି ଭାରତ ସୁଯୋଗର ଏକ ଭୂମି ପାଲଟିଛି ଓ ସାରା ବିଶ୍ୱର ଆଖି ଭାରତ ଉପରେ ରହିଛି । ଭାରତଠାରୁ ଅନେକ ଆଶା କରାଯାଉଥିଲା ଓ ଭରସା ଥିଲା ଯେ ଭାରତ ବିଶ୍ୱର ଉନ୍ନତି ପାଇଁ ନିଶ୍ଚୟ କିଛି କରିବ । ଭାରତ ସ୍ୱାଧୀନତାର 75ବର୍ଷ ପୂର୍ତ୍ତିପାଳନ କରିବାକୁ ଯାଉଛି ଓ ଆମେ ଏହି ଆଶା ଭରସାକୁ ସାକାର କଲେ 2047ରେ ଯେତେବେଳେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ ତାହା ପ୍ରତିପାଦିତ ହେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୋଭିଡ ମହାମାରୀର  ମୁକାବିଲା କୌଣସି ଦଳ ବା ବ୍ୟକ୍ତିର ସଫଳତା ନୁହେଁ ଏହା ସମଗ୍ର ଦେଶର ସଫଳତା ଓ ପୁରାଦେଶ ଏହାକୁ ଉତ୍ସବ ମନେକରି ପାଳନ କରିବା ଉଚିତ । ଯେତେବେଳେ ବସନ୍ତ ଓ ପୋଲିଓର ଭୟ ଥିଲା ଦେଶ ତାହାର ମୁକାବିଲା କରିଛି । କେହି ଜାଣି ନଥିଲେ ଭାରତ କେବେ ଟୀକା ଉଦ୍‌ଭାବନ କରିବ ଓ କେତେ ଲୋକ ଟୀକା ପାଇବେ । ଆଜି ଆମ ଦେଶ ସାରା ବିଶ୍ୱ ପାଇଁ ଟୀକା ପ୍ରସ୍ତୁତ କରୁଛି ଓ ଆମେ ବିଶ୍ୱର ବୃହତ୍ତମ ଟୀକାକରଣ ଅଭିଯାନ ମଧ୍ୟ ହାତକୁ ନେଇଛୁ । ଏହା ଆମର ଆତ୍ମବିଶ୍ୱାସ ବୃଦ୍ଧି କରିଛି । ଆମର ସଂଘୀୟ ଢାଂଚା ଓ ସମନ୍ୱୟ ସଂଘୀୟ ବ୍ୟବସ୍ଥାକୁ କୋଭିଡ-19 ନୂତନ ଶକ୍ତି ଯୋଗାଇଛି ।

ଭାରତୟ ଗଣତନ୍ତ୍ର ପ୍ରତି ସମାଲୋଚନା ଉପରେ ମନ୍ତବ୍ୟ ଦେଇ ଶ୍ରୀ ମୋଦି କହିଛନ୍ତି ଯେ ଭାରତ ଗଣତନ୍ତ୍ର  ପାଶ୍ଚାତ୍ୟ ନୁହେଁ ବରଂ ଏକ ମାନବିକ ଅନୁଷ୍ଠାନ । ଭାରତୀୟ ଜାତୀୟତାବାଦ ଉପରେ ଚାରିଆଡୁ ହେଉଥିବା ଷଣ୍ଢୁଆଶୀ ଆକ୍ରମଣ ସମ୍ପର୍କରେ ଦେଶବାସୀଙ୍କୁ ସତର୍କ କରାଇବା ନିହାତି ଆବଶ୍ୟକ । ନେତାଜୀ ସୁଭାଷ ବୋଷଙ୍କ ଉକ୍ତିକୁ  ଉଦ୍ଧାର କରି ପ୍ରଧାନମନ୍ତୀ  କହିଛନ୍ତି ଯେଭାରତୀୟ ଜାତୀୟତାବୋଧ ସଂକୀର୍ଣ୍ଣ ନୁହେଁ କି ସ୍ୱାର୍ଥନ୍ୱେଷୀ ବା ଉଗ୍ରଏହା ସତ୍ୟମଶିବମ୍ ସୁନ୍ଦରମ୍ ଦର୍ଶନ ଉପରେ ପର୍ଯ୍ୟବସିତ । “ଭାରତ କେବଳ ବିଶ୍ୱର ବୃହତ୍ତମ ଗଣତନ୍ତ୍ର ନୁହେଁଏହା ଗଣତନ୍ତ୍ରର ଜନନୀ ଓ ତାହା ହିଁ ଆମର ବୈଶିଷ୍ଟ୍ୟ । ଆମ ଦେଶର ମନୋଭାବ ଗଣତାନ୍ତ୍ରିକ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଶ୍ରୀ ମୋଦି କହିଛନ୍ତି ଯେତେବେଳେ କରୋନା ବୈଶ୍ୱିକ ମହାମାରୀ ଯୋଗୁଁ ବିଭିନ୍ନ ଦେଶ ବିଦେଶୀ ପୁଞ୍ଜିନିବେଶରୁ ବଞ୍ଚିତ ଥିଲେ ସେତେବେଳେ ଭାରତରେ ରେକର୍ଡ ର୍ପରିମାଣର ନିବେଶ ହୋଇଥିଲା । ବୈଦେଶିକ ମୁଦ୍ରା କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶଇଣ୍ଟରନେଟର ବିସ୍ତାର ଓ ଡିଜିଟାଲ କାର୍ଯ୍ୟଦକ୍ଷତାଆର୍ଥିକ ଅନ୍ତଭୁର୍କ୍ତୀକରଣଶୌଚାଳୟର ବହୁଳ ନିର୍ମାଣକମ୍ ବ୍ୟୟସାପେକ୍ଷ ଆବାସନିଶୁଳ୍କ ଚିକିତ୍ସା ସେବାଶୌଚାଳୟର ବହୁଳ ନିର୍ମାଣବ୍ୟୟସାପେକ୍ଷ ଆବାସନିଃଶୁଳ୍କ ଚିକିତ୍ସା ସେବାଏଲପିଜି ବିତରଣ ଇତ୍ୟାଦି କ୍ଷେତ୍ରରେ ଦକ୍ଷ ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସମ୍ମୁଖରେ ଆହ୍ୱାନ ଅଛିଆମକୁ ନିଷ୍ପତ୍ତି ନେବାକୁ ପଡିବ । ଆମେ ସମାଧାନ ବା ସମସ୍ୟାର ଅଂଶବିଶେଷ ହେବା ବୋଲି ଶ୍ରୀ ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ ଗୃହକୁ ଜଣାଇଛନ୍ତି ଯେ କୃଷକମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ 2014 ମସିହାଠାରୁ ସରକାର କୃଷି କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିଛନ୍ତି । ଚାଷୀମାନଙ୍କୁ ସୁହାଇବା ଭଳି ଫସଲବୀମା କ୍ଷେତ୍ରରେ ପରିବର୍ତ୍ତନ ଅଣାଯାଇଛି । ପ୍ରଧାନମନ୍ତ୍ରୀ କିଶାନ ଯୋଜନା ମଧ୍ୟ ପ୍ରବର୍ତ୍ତିତ ହୋଇଛି । କ୍ଷୁଦ୍ର ଚାଷୀମାନଙ୍କ ନିମନ୍ତେ ସରକାର କାର୍ଯ୍ୟ କରୁଥିବା ନେଇ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଚାଷୀ 90ହଜାର କୋଟିରୁ ଅଧିକ ବୀମା ରାଶି ପାଇଛନ୍ତି । ଛାତ୍ରଛାତ୍ରୀମାନେ କିଶାନ କ୍ରେଡିଟ୍‌କାର୍ଡମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଓ ସମ୍ମାନନିଧି ଜରିଆରେ ମଧ୍ୟ ଉପକୃତ ହୋଇଛନ୍ତି । ଯେତେବେଳ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅଧୀନରେ ସଡକ ଯୋଗାଯୋଗ ସୁଗମ ହେଲାକୃଷକମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଦୂରସ୍ଥାନକୁ ନେଇ ପାରିଲେ । କିଶାନ ରେଳ ଓ କିଶାନ ଉଡାଣ ପାଇଁ ମଧ୍ୟ ଉଦ୍ୟମ ହେଉଛି । ବର୍ତ୍ତମାନ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଜୀବନମାନର ଉନ୍ନତି ଆଣିବା ପାଇଁ ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦୁଗ୍ଧ ଉତ୍ପାଦନ କ୍ଷେତ୍ରଭଳି ଘରୋଇ ବା ସମବାୟ କ୍ଷେତ୍ରରେ କାମ କରିବାକୁ ସେମାନଙ୍କୁ କାହିଁକି ସ୍ୱାଧୀନତା ନ ମିଳିବ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ ।

କୃଷି ସମସ୍ୟା ସମାଧାନ ହେବା ଉଚିତ ଓ ଏ ଦିଗରେ କାର୍ଯ୍ୟ ଆବଶ୍ୟକତା ରହିଛି । କୃଷକମାନଙ୍କ କଲ୍ୟାଣ ପାଇଁ ସବୁ ଦଳ ଆଗେଇ ଆସିବାକୁ ସେ ଆମନ୍ତ୍ରଣ ଜଣାଇଥିଲେ । MSP ଉପରେ ନିଜର ଦୃଢୋକ୍ତିକୁ ଦୋହରାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “MSP ଥିଲା, MSP ଅଛି ଓ ଭବିଷ୍ୟତରେ ମଧ୍ୟ ରହିବ । ଗରୀବଙ୍କ ନିମନ୍ତେ କମ୍ ବ୍ୟୟସାପେକ୍ଷ ରାସନ ମଧ୍ୟ ରହିବ । ମଣ୍ଡିଗୁଡିକର ଆଧୁନିକକରଣ ହେବ ।” କୃଷକମାନଙ୍କ ଲାଗି ଆମକୁ ରାଜନୀତିକ ବିଚାରଧାରାର  ଉର୍ଦ୍ଧ୍ୱରେ ରହିବାକୁ ପଡିବ ସେ କହିଛନ୍ତି ।

ଦେଶକୁ ଅସ୍ଥିରତା ଆଡକୁ ଠେଲିଦେବାକୁ ଚେଷ୍ଟା କରୁଥିବା ଶକ୍ତି ବିରୁଦ୍ଧରେ ସାବଧାନ ରହିବାକୁ ପ୍ରଧାନମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି ।  ସେ କହିଛନ୍ତି ଦେଶ ଶିଖ୍‌ମାନଙ୍କ ଅବଦାନ ପାଇଁ ଗର୍ବିତ । ଏହି ସଂପ୍ରଦାୟ ଦେଶ ପାଇଁ ବହୁତ କିଛି କରିଛି । ଗୁରୁସାହିବଙ୍କ ଶବ୍ଦାବଳୀ ଓ ନୀତିବାଣୀ ଖୁବ୍ ମୂଲ୍ୟବାନ । ସହର ଓ ଗ୍ରାମାଞ୍ଚଳ ମଧ୍ୟରେ ଯେଉଁ ବ୍ୟବଧାନ ରହିଛି ତାହା ଦୂର ହେବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଯୁବ ଶକ୍ତିର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେଯୁବଗୋଷ୍ଠୀକୁ ସଶକ୍ତ କଲେ ଦେଶର ଭବିଷ୍ୟତ ଉଜ୍ଜ୍ୱଳ ହେବ । ସେହିପରି ଜାତୀୟ ଶିକ୍ଷା ନୀତିର ଗ୍ରହଣୀୟତାକୁ ନେଇ ଖୁସି ପ୍ରକଟ କରିଥିଲେ ।

ଦେଶର ଆର୍ଥିକ ଅଭିବୃଦ୍ଧିର ପୁନରୁଥାନ ଓ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ MSMEର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେଥିପାଇଁ କରୋନା ମହାମାରୀ କାଳରେ ଏଥିପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦିଆଯାଇଛି ।

ସବ୍‌‌କାସାଥସବ୍‌କା ବିକାଶ  ଓ ସବ୍‌କା ବିଶ୍ୱାସ ଚିନ୍ତାଧାରା ଉପରେ ମତ ରଖି ପ୍ରଧାନମନ୍ତ୍ରୀ ଉତ୍ତର ପୂର୍ବାଞ୍ଚଳ ନକ୍ସଲ ଉପଦ୍ରୁତ  ଅଞ୍ଚଳରେ ନିଆଯାଇଥିବା ପଦକ୍ଷେପଗୁଡିକର ଦୃଷ୍ଟାନ୍ତ ଦେଇଥିଲେ । ସେ କହିଥିଲେ ଯେ ସେସବୁ ଅଞ୍ଚଳରେ ପରିସ୍ଥିତିର ଉନ୍ନତ ଘଟିବା ସହ । ନୂତନ ସୁଯୋଗ ମଧ୍ୟ ସୃଷ୍ଟି ହେଉଛି । ଆଗାମୀ ଦିନରେ ଦେଶର ବିକାଶରେ ପୂର୍ବାଞ୍ଚଳ  ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.