ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ଭଞ୍ଜନଗର-ଫୁଲବାଣୀ ମୁଖ୍ୟ ରାସ୍ତାର ମୁଜାଗଡ଼ ଗ୍ରାମ ନିକଟରେ ଆଜି ସକାଳ ସମୟରେ ଏକ ହାତୀ ରାସ୍ତା ଉପରେ ଚଲାବୁଲା କରୁଥିବା ଦେଖି ଲୋକେ ଭୟଭିତ ହୋଇପଡିଛନ୍ତି । ହାତୀ ରାସ୍ତା ଉପରକୁ ଆସିଯିବା ଫଳରେ କିଛି ସମୟ ପାଇଁ ରାସ୍ତାର ଉଭୟ ପାଶ୍ୱର୍ରେ ଯାନବାହନ ଅଟକି ରହିଥିଲା । ବନ ବିଭାଗ ତୁରନ୍ତ ହାତୀଟିକୁ ଘଉଡାଇବା ପାଇଁ ବ୍ୟବସ୍ଥା କରିବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।