ସ୍ୱାଭିମାନ ଅଞ୍ଚଳରେ ରୂପ।ନ୍ତରଣର ନୂଆ ଅଧ୍ୟାୟ

178

୯ରେ ମାଲକାନଗିରି ବିମାନ ବନ୍ଦର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ:ବିକାଶର ନୂଆ ଯାତ୍ରାରେ ଖୁବ୍‌ଶୀଘ୍ର ଯୋଡ଼ି ହେବ ମାଲକାନଗିରି। ଲାଲଗଡ଼ରୁ ଉଡ଼ିବ ବିମାନ। ଏଥି।ଇଁ ମାଲକାନଗିରି ଏୟାରପୋର୍ଟ ନିର୍ମାଣ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ମାଲକାନଗିରି ବିମାନବନ୍ଦରରୁ ବିମାନ ଉଡ଼ାଣର ଟ୍ରାଏଲ ରନ୍‌ ହୋଇଛି। ପରୀକ୍ଷାମୂଳକ ଉଡ଼ାଣ ଭରିଥିଲା ଭିଟି ୧୦୦ ବିମାନ। ଆସନ୍ତା ୯ ତାରିଖରେ ଏହି ବିମାନବନ୍ଦରକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱାଭିମାନ ଅଞ୍ଚଳକୁ ଗୁରୁପ୍ରିୟା ସେତୁ ପରେ ବିମାନ ସେବା ଲାଲଗଡ଼ରେ ଯୋଗାଯୋଗ କ୍ଷେତ୍ରରେ ଦ୍ୱିତୀୟ ମାଇଲଖୁଣ୍ଟ ହେବ। ମାଲକାନଗିରି, ବର୍ଷ ବର୍ଷ ଧରି ଅପେକ୍ଷା ଥିବା ସ୍ୱପ୍ନ ପୂରଣ ହେବାକୁ ଯାଉଛି। ଆଜି ମାଲକାନଗିରି ବିମାନ ବନ୍ଦରକୁ ବିମାନର ଟ୍ରାଏଲ ରନ୍‌ ସଫଳ ହୋଇଥିବା ବେଳେ ଖୁବ୍‌ଶୀଘ୍ର ବିମାନ ଉଡିବ। ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ବିମାନ ବନ୍ଦର ଲୋକାର୍ପଣ କରିବେ। ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ମାଲକାନଗିରି ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ବିମାନ ବନ୍ଦର ଉଦ୍‌ଘାଟନ ସହ ନୂତନ ବିମାନ ଚଳାଚଳର ଶୁଭାରମ୍ଭ କରିବେ। ତେବେ ବିମାନ ଉଡାଣ ପୂର୍ବରୁ ଆଜି ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ ରନ୍‌ ସଫଳ ହୋଇଛି। ନୂଆ ବିମାନ ବନ୍ଦରରେ ପରୀକ୍ଷା ମୂଳକ ଭାବେ ଭିଟି ୧୦୦ ବିମାନ ଅବତରଣ କରିଥିଲା। ଅବତରଣ ପରେ ପାଇଲଟ ବିମାନ ବନ୍ଦରର ଯାଞ୍ଚ କରିବା ସହ ବିମାନ ବନ୍ଦର ପ୍ରସ୍ତୁତିକୁ ପ୍ରଶଂସା କରିଥିଲେ। ଉଲ୍ଲେଖଯୋଗ୍ୟ ଏକଦା ମାଓବାଦୀଙ୍କ ଗଡ଼ଥିବା ମାଲକାନଗିରି ଜିଲ୍ଲା ଆଜି ରକ୍ତପାତରଆତଙ୍କରୁ ବାହାରି ରୂାନ୍ତରଣ ନୂଆ ଅଧ୍ୟାୟ ଲେଖିବାକୁ ଯାଉଛି। ଗତ ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଭିମାନ ଅଞ୍ଚଳରେ ଗୁରୁପିୟା ସେତୁର ଉଦ୍‌ଘାଟନ କରିବା ପରେ ସ୍ଥାନୀୟ ଲୋକେ ଆର୍ଥିକ ଓ ସମାଜିକ ବିକାଶର ନୂଆ ପରିଭାଷା ଜାଣିଲେ। ଓଡ଼ିଶାର ଅତ୍ୟନ୍ତ ପଛୁଆ ଅଞ୍ଚଳ ଭାବେ ଜଣାଶୁଣା ମାଲକାନଗିରି ଆଜି ସଫଳତାର ପାହାଚ ଅତିକ୍ରମ କରିବାରେ ଲାଗିଛି। ଏପରିସ୍ଥଳେ ବିମାନ ସେବା ଆରମ୍ଭ ହେବା ଜିଲ୍ଲା ପାଇଁ ବଡ଼ ଉପଲବ୍ଧି କୁହାଯାଉଛି। ହସ୍ତଗତ ସୂଚନା ଅନୁସାରେ ଯାତ୍ରୀବାହୀ ବିମାନସେବା ଆରମ୍ଭ ପାଇଁ ୯ରେ ମାଲକାନଗିରି ବିମାନବନ୍ଦରରେ ସମସ୍ତ କାର୍ଯ୍ୟ ପ୍ରାୟ ଶେଷ ହୋଇଛି। ଏଠାରେ ୧୫୦୦/୩୦ ମିଟର୍‌ ରନୱେ, ପାଚେରୀ, ଏଟିସି ଟାୱାର, ଯାତ୍ରୀ  ପ୍ରତୀକ୍ଷାଳୟ ନିର୍ମାଣ ସରିଛି। ପ୍ରଥମ ପର୍ଯ୍ୟାୟରେ ଏଠାରୁ ୯ ଆସନ ବିଶିଷ୍ଟ ବିମାନ ସେବା ଆରମ୍ଭ ହେବା ସମ୍ଭାବନା ଅଛି ଏବଂ ପରବର୍ତ୍ତୀ ସମୟରେ ବଡ଼ ବିମାନ ଚଳାଚଳ କରିବ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପକ୍ଷରୁ ମାଲକାନଗିରି ବିମାନବନ୍ଦର କାର୍ଯ୍ୟକ୍ଷମ କରିବା ଲାଗି ସମସ୍ତ ବୈଷୟିକ ସହାୟତା ପ୍ରଦାନ କରାଯାଉଛି। ଚଳିତ ବର୍ଷ ମେ’ ମାସରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ ମାଲକାନଗିରି ଗସ୍ତ ସମୟରେ କୋଟେଲଗୁଡ଼ା ଠାରେ ଥିବା ଏହି ବିମାନବନ୍ଦରର ସମ୍ପ୍ରସାରଣ କାର୍ଯ୍ୟ ଅନୁଧ୍ୟାନ କରିବା ସହିତ ଜାନୁଆରୀ ମାସ ସୁଦ୍ଧା କାମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ୱର, ଝାରସୁଗୁଡ଼ା, ଜୟପୁର, ଉକ୍ରେଲା, ରାଉରକେଲା ପରେ ମାଲକାନଗିରି ବିମାନ ଉଡ଼ାଣ ସୂଚୀରେ ସାମିଲ ହେବାକୁ ଯାଉଛି। ମାଲକାନଗିରି ଭଳି ଉପାନ୍ତ ଜିଲ୍ଲାକୁ ବିମାନ ସେବା ଆରମ୍ଭ ହେଲେ ସେଠାରେ ଲୋକଙ୍କ ସାମାଜିକ ଓ ଆର୍ଥିକ ବିକାଶ ତ୍ୱରାନ୍ୱିତ ହେବ। ପୁଞ୍ଜିୁନିବେଶ ସୁଯୋଗ ସୃଷ୍ଟି ହେବା ସହ ଲୋକଙ୍କୁ
କର୍ମନିଯୁକ୍ତି ମିଳିବ।#Naveen Patnaik# Malkangiri airport development #DumaniKhabar# Odisha

Leave A Reply

Your email address will not be published.