ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଏବେ ଚାଷୀ ମାନେ ମାଛ ଚାଷ କରି ବେଶ୍ ଦୁଇ ପଇସା ରୋଜଗାର କରୁଛନ୍ତି । ଅନ୍ୟପଟେ ମାଛ ଚାଷୀଙ୍କ ଜୀବନ ଜୀବିକାକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ବାଲିମେଳା ଜଳ ଭଣ୍ଡାରରେ ଜିଲ୍ଲା ମତ୍ସ୍ୟ ବିଭାଗ ତରଫରୁ ମାଛ ଯାଆଁଳା ଛଡା ଯାଇଛି । ଲୋକଙ୍କ ଜୀବନ ଜୀବିକାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି । ସ୍ଵାଭିମାନ ଅଞ୍ଚଳରେ ଥିବା ୬ ଗୋଟି ମତ୍ସ୍ୟ ସମବାୟ ସମିତି ସହିତ ଅନ୍ତର୍ଭୁକ୍ତ ଥିବା ସମସ୍ତ ସଭ୍ୟଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି ପାଇଁ ଏହିସବୁ ପଦକ୍ଷେପ ନିଆଯାଇଛି । ଚଳିତ ବର୍ଷ ୨ କୋଟି ମାଛ ଜାଆଁଳ ଛଡାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଆଜି ସୁଦ୍ଧା ୭୦ ଲକ୍ଷ ମାଛ ଜାଆଁଳା ଛଡା ଯାଇ ସାରିଲାଣି । ଆଉ ବାକି ୧୩୦ ଲକ୍ଷ ଯାଆଁଳା ଡିସେମ୍ବର ଶେଷ ସୁଦ୍ଧା ଛଡା ଯିବାପାଇଁ ସ୍ଥିର ହୋଇଛି । ଚିତ୍ରକୋଣ୍ଡା ମାଟିବନ୍ଧ ଯୋଜନାରେ ବହୁ ବିସ୍ଥାପିତ ଲୋକ ଜମି ହରାଇବା ପରେ ଜଙ୍ଗଲ ଜମିକୁ ନେଇ ନିଜର ଜୀବିକା ପାଇଁ ମାଛ ଧରିବା କାମ ଆରମ୍ଭ କରିଛନ୍ତି । ଦୀର୍ଘ ୫୦ ବର୍ଷରୁ ମତ୍ସ୍ୟଜୀବି ମାନେ ମାଛ ଧରା କାର୍ଯ୍ୟ କରିଆସୁଛନ୍ତି । ସେହି ମତ୍ସ୍ୟଜୀବି ମାନଙ୍କ ପାଇଁ ବାଲିମେଳା ଜଳଭଣ୍ଡାରରେ ମାଛ ଜାଆଁଳା ଛାଡି ରାଜ୍ୟ ସରକାର ମତ୍ସ୍ୟଜୀବୀଙ୍କ ମୁହଁରେ ହସ ଫୁଟାଇଛନ୍ତି । ଏହା ସହିତ ଡିସେମ୍ବର ଶେଷ ସୁଦ୍ଧା ୧୦୦ ଜଣ ମତ୍ସ୍ୟଜୀବୀଙ୍କୁ, ଡଙ୍ଗା, ଲାଇଫ୍ ଜ୍ୟାକେଟ, ମାଛଜାଲ ବଣ୍ଟନ କରାଯିବ ବୋଲି ଜିଲ୍ଲା ମତ୍ସ୍ୟ ଅଧିକାରୀ କହିଛନ୍ତି । ଏହା ଫଳରେ ଜୀବନ ଜୀବିକାରେ ପରିବର୍ତ୍ତନ ଆସିବ ବୋଲି ଆଶା ବାନ୍ଧିଛନ୍ତି ଅଞ୍ଚଳ ବାସୀ ।
Sign in
Sign in
Recover your password.
A password will be e-mailed to you.