ନିଶ୍ଚିନ୍ତକୋଇଲି : ଆଜି କାର୍ତ୍ତିକ ଅବସରରେ କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲିଠାରେ ଏକ ମଡେଲ ହାଟର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ତଥା ଆଇନ ଓ ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରାତାପ ଜେନା ନୂତନ ପରିପାଟୀ ନେଇ ପ୍ରତିଷ୍ଠିତ ଏହି ହାଟକୁ ଉଦଘାଟନ କରିଥିଲେ । ନିକଟସ୍ଥ ପଞ୍ଚାୟତ ଗୁଡିକର ଚାଷୀ ମାନଙ୍କର ଉତ୍ପାଦିତ କୃଷିଜାତ ଦ୍ରବ୍ୟ ଓ ପନିପରିବା ସୁବିଧାରେ ବିକ୍ରି କରିପାରିବେ । ଚାଷୀ ଓ ବ୍ୟବସାୟୀ ଉଭୟ ନିର୍ମିତପିଣ୍ଡି ଉପରେ ବସି ସୁବିଧାରେ ବିକ୍ରିବଟା କରି ପାରିବେବୋଲି ମନ୍ତ୍ରୀଶ୍ରୀ ଜେନା ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ରବୀନ୍ଦ୍ର ସେଠୀପ୍ରାରମ୍ଭିକ ସୂଚନା ଦେଇଥିଲେ । ଏଥିରେପଞ୍ଚାୟତ ସମିତି ଅଧ୍ୟକ୍ଷା ସବିତା ଓଝା, ମାହାଙ୍ଗା ଅଧ୍ୟକ୍ଷ ଶରତ ନାୟକ, ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ସରପଞ୍ଚ କ୍ଷୀରୋଦ ପଣ୍ଡା, ଦେବେନ୍ଦ୍ର ସାହୁ, ବିଜେଡି ଯୁବନେତା ଅଶୋକ ଓଝା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ମନ୍ତ୍ରୀଙ୍କୁ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ, ବ୍ୟବସାୟୀ, ଚାଷୀ, ମହିଳା ଗୋଷ୍ଠୀ ପକ୍ଷରୁ ସମ୍ବର୍ଦ୍ଧିତ କାରାଯାଇ ଥିଲା । ଏହି ମଡେଲ ହାଟ ନିର୍ମାଣ ରେ ଅନ୍ୟୁନ ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି । ମନ୍ତ୍ରୀ ଶ୍ରୀ ଜେନାଏହି ଅବସରରେ ନବନିର୍ମିତ କଲ୍ୟାଣ ମଣ୍ଡପକୁ ଉଦଘାଟନ କରିଥିଲେ ।

Sign in
Sign in
Recover your password.
A password will be e-mailed to you.