ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ କୋଇକୋଣ୍ଡାଠାରେ ବିଜେଡ଼ିର ସାଙ୍ଗଠନିକ ବୈଠକ

178

ମାଲକାନଗିରି : ମାଲକାନଗିରି ନିର୍ବାଚନ ମଣ୍ଡଳୀ କାଲିମେଳା ବ୍ଲକ ଅନ୍ତର୍ଗତ ଜୋନ ୧ ମହାରାଜ ପାଲ୍ଲୀ ପଞ୍ଚାୟତ କୋଇକୋଣ୍ଡାଠାରେ ଏମ୍ ପିଭି ୮୧ ଠାରେ ଦ୍ବିତୀୟ ପଞ୍ଚାୟତ ସ୍ତରୀୟ ଆଲୋଚନା ବୈଠକ ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ବୈଠକ ମହାରାଜ ପାଲି ପଞ୍ଚାୟତର ସମସ୍ତ ୱାର୍ଡର ନେତୃ ବୃନ୍ଦ କୋଇକୋଣ୍ଡାଠାରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ଦ୍ବିତୀୟ ବୈଠକ ଏମ୍ ପିଭି ୮୧ ଖେଳ ପଡ଼ିଆଠାରେ ଆୟୋଜନ କରାଯାଇଥିଲା । ଏହୀ ଦୁଇଟି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରାସଦ ତ୍ରିପାଠୀ, ବୈଠକରେ ଅଂଶଗ୍ରହଣ କରିଥିବା ବେଳେ ପ୍ରଥମ ବୈଠକରେ ସଂମାନିତ ଅତିଥି ଭାବେ ବିଶ୍ୱନାଥ ରେଡି, ସତ୍ୟା ନାରାୟଣ ଦେ,ଶଙ୍କର ରାୟ କୋଇକୋଣ୍ଡା ସରପଞ୍ଚ ମୁତ୍ତା ସୋଡି, ଜିଲ୍ଲା ଛାତ୍ର ଜନତା ଦଳ ମିଡିଆ ସଂଯୋଜଗ ସୁନୀଲ କୁମାର ସାହୁ,ଆଲୋଚନାରେ ଅଂଶଗ୍ରହଣ କରିଥିଲେ, ସେହିଭଳି ଦୂତୀୟ ବୈଠକରେ ସତ୍ୟା ନାରାୟଣ ଦେ ପ୍ରଦୀପ ମଜୁମଦାର,ସୁନୀଲ କୁମାର ସାହୁ, ଉପସ୍ଥିତ ଥିଲେ। ଏହି ବୈଠକରେ କାର୍ଯ୍ୟକାରୀ ସଭାପତି ପଞ୍ଚାୟତ ଗୁଡିକର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ। ସମସ୍ୟା ଗୁଡିକ କିପରି ଆଗାମୀ ଦିନରେ ସମାଧାନ କରାଯିବ ସେଇ ବାବଦରେ ଆଲୋଚନାରେ ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି କିଭଳି ଯଥା ଶୀଘ୍ର ସମାଧନ କରାଯିବ ସେଇ ବାବଦରେ ଆଲୋଚନା ମଧ୍ୟରେ ସ୍ଥାନୀୟ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ। ଏହା ବିତିତ୍ୱ କିଭଳି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକ ସିଧାସଳଖ ଜିଲ୍ଲା ବାସୀଙ୍କ ନିକଟରେ ପହଞ୍ଚିବି ସେଇ ବାବଦରେ ଲୋକଙ୍କୁ ଅବଗତ କରିବା ସମେତ ଆଗାମୀ ପଞ୍ଚାୟତ ନିର୍ବାଚନ ରେ କିଭଳି ଭାବେ ମତଦାନ ବା ଭୋଟ ଶତକଡା ହାର ସଂଖ୍ୟା ବୃଦ୍ଧି ହେବ ଓ କିଭଳି ବିଜେଡିର ସମିତି ସଭ୍ୟ ଜିଲ୍ଲା ପରିଷଧ ଗଠନ କରାଯିବ ସେନେଇ। ଆଲୋଚନା କରାଯାଇଥିଲା ।

ଆଗାମୀ ଦିନରେ ବିଜୁ ଜନତା ଦଳକୁ ସମର୍ଥନ କରି #ନବୀନ ବାବୁଙ୍କ ହାତମୁଠାକୁ ଟାଣ କରିବା ଲାଗି ବୈଠକରେ ଉପସ୍ଥିତ ଥିବା ସମସ୍ତ ଦଳୀୟ ସକ୍ରିୟ କର୍ମୀ ଓ ଶତାଦ୍ଦୀକ ମହିଳା କର୍ମୀ, ଏବଂ ସରପଞ୍ଚ ମାନଙ୍କୁ ଉପଦେଶ ଦିଆଯାଇଥିଲା। ଏହି ଦୁଇଗୋଟି ବୈଠକରେ କୋଇକୋଣ୍ଡା ଠାରେ ୧୫୦ ରୁ ଉର୍ଦ୍ଧ ଓ ଏମ ପି ଭି ୮୧ ଠାରେ ୨୦୦ରୁ ଉର୍ଦ୍ଧ୍ୱ ବିଶେଷ ସକ୍ରିୟ ଦଳୀୟ ନେତୃ ବୃନ୍ଦ, ଏବଂ ନୂତନ ଭାବେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିବା, ୨ ଜଣ ବିଶେଷ ବିଜେପି ସକ୍ରିୟ କର୍ମୀ ସହଦେବ ମଲ, ବିରେନ ହାଲଦାର, ଉପସ୍ଥିତ ରହି ଆଲୋଚନାରେ ଯୋଗ ଦେଇଥିଲେ। ପ୍ରଥମ ବୈଠକର ଆୟୋଜନ ବିଶ୍ୱନାଥ ରେଡି, କରିଥିବା ବେଳେ ଦୂତୀୟ ବୈଠକର ଆୟୋଜନ ଶଙ୍କର ରାୟ, ନିତାଇ ଦେଏ, ବିଶ୍ୱ ବାବୁ, କରିଥିଲେ। ଏହି ଆଲୋଚନା ରେ ଅନ୍ୟ ମାନଙ୍କ ମଧ୍ୟରେ ରଣ୍ଟୁ ମଣ୍ଡଳ, ଧୀରେନ ବାଦ୍ୟ, ଦୀପଙ୍କର ବଳ, ଦୀପକ ବର, ପ୍ରମୁଖ ଆଲୋଚନାରେ ଯୋଗ ଦେବା ସହ ବୈଠକର ପରିଚାଳନା କରିଥିଲେ।

Leave A Reply

Your email address will not be published.