ଭୁବନେଶ୍ୱର : ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ବାହାରିବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଦଶମ ପରୀକ୍ଷା ମାର୍କ ଭିତିରେ ମୂଲ୍ୟାୟନ କରାଯିବ । ରେଗୁଲାର ପିଲାଙ୍କ ମାର୍କିଂ ମ୍ୟାଟ୍ରିକ୍ ଭିତିରେ ଏବଂ ଏକ୍ସରେଗୁଲାର ପିଲାଙ୍କ ମାର୍କିଂ ପୂର୍ବଥର +୨ ପରୀକ୍ଷା ଭିତିରେ ହେବ । ପୂର୍ବଥର +୨ ପରୀକ୍ଷା ଦେଇଥିଲେ ପାସ୍ କରିଥିବା ବିଷୟ ଭିତିରେ ମାର୍କିଂ ବୋଲି ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଯେଉଁମାନେ ମାର୍କରେ ସନ୍ତୁଷ୍ଟ ନହେବେ, ପରେ ପରିସ୍ଥିତି ସ୍ୱାଭାବିକ ହେଲା ପରେ ଅଫ୍ ଲାଇନ୍ରେ ପରୀକ୍ଷା ଦେଇପାରିବେ ବୋଲି ସ୍ପଷ୍ଟ କରାଯାଇଛି ।
ସିଏଚଏସଇ ପକ୍ଷରୁ ଜାରୀ ବିଜ୍ଞପ୍ତି ଅନୁସାରେ ମାଟ୍ରିକ୍ ପରୀକ୍ଷାରେ ପ୍ରଦର୍ଶନ ଅନୁଯାୟୀ ଯୁକ୍ତ ୨ ଥିଓରୀ ମାର୍କିଂ କରାଯିବ । ଏକ୍ସରେଗୁଲାର ପିଲାଙ୍କର ପୂର୍ବ ସିଏଚଏସଇ ପରୀକ୍ଷା ମାର୍କ ଆଧାରରେ ଥିଓରୀ ମାର୍କିଂ ହେବ । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପିଲାଙ୍କର ପ୍ରାକ୍ଟିକାଲ ମାର୍କିଂ ହାୟର ସେକେଣ୍ଡାରୀ ସ୍କୁଲ ସ୍ତରରେ ହୋଇଥିବା ପରୀକ୍ଷା ଆଧାରରେ ହେବ । ଯେଉଁମାନେ ମାର୍କିଂ ସନ୍ତୁଷ୍ଟ ନହେବେ ପରିସ୍ଥିତି ସୁଧୁରିବା ପରେ ସେମାନେ ଅଫଲାଇନ୍ ରେ ପରୀକ୍ଷା ଦେଇପାରିବେ । ପରୀକ୍ଷା ମାର୍କିଂ ସମ୍ପର୍କରେ ସମସ୍ତ ତଥ୍ୟ ସିଏଚଏସଇ ୱେସାଇଟ୍ ରେ ଉପଲବ୍ଧ କରାଯାଇଛି ।
ଉଲ୍ଲେଖ୍ୟଯୋଗ୍ୟ କରୋନା ସ୍ଥିତିକୁ ଦେଇ ସିବିଏସ୍ଇ ଓ ସିଆଇଏସ୍ଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ବାତିଲ ହେବା ପରେ ରାଜ୍ୟ ସରକାର ଦଶମ ବୋର୍ଡ ଓ ଯୁକ୍ତ ୨ ପରୀକ୍ଷା ବାତିଲ କରିଥିଲେ । ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନ ନେଇ ବିଶେଷଜ୍ଞ କମିଟି ଗଠନ ହୋଇଥିଲା । ଗୁରୁବାର ବିଶେଷଜ୍ଞ କମିଟିର ତୃତୀୟ ବୈଠକ ବସିଥିଲା ।