ଭୁବନେଶ୍ୱର : ଜୁନ୍ ୨୧ ତାରିଖରେ ଆର୍ନ୍ତଜାତୀୟ ଯୋଗ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଶିବାନନ୍ଦ ଯୋଗ ବେଦାନ୍ତ ଏକାଡ଼େମୀ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଚଳିତବର୍ଷର ଥିମ୍ ରହିଛି ବି ଉଇଥ୍ ଯୋଗ, ବି ଆଟ ହୋମ୍ । ଏକାଡ଼େମୀ ତରଫରୁ ନିଃଶୁକ୍ଳ ଯୋଗ ଶିକ୍ଷା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଅଭିଜ୍ଞ ଯୋଗ ପ୍ରଶିକ୍ଷକମାନଙ୍କ ଦ୍ୱାରା ଏହି ପ୍ରଶିକ୍ଷଣ ଅନ୍ଲାଇନ୍ ମାଧ୍ୟମରେ ଦିଆଯିବ ।
୨୧ ତାରିଖ ସକାଳ ୭.୩୦ ମିନିଟ୍ରୁ ୮.୩୦ ମିନିଟ୍ ପର୍ଯ୍ୟନ୍ତ ପ୍ରଶିକ୍ଷଣ କାର୍ଯ୍ୟ ଚାଲୁ ରହିବ । ଏତଦ୍ସହ ଅପରାହ୍ନ ୪ଟାରୁ ଅପରାହ୍ନ ୫.୩୦ ମିନିଟ୍ ପର୍ଯ୍ୟନ୍ତ ଯୋଗ ବିଜ୍ଞାନୀ ମାନଙ୍କୁ ନେଇ ଏକ ୱେବିନାରର ମଧ୍ୟ ଆୟୋଜନ କରାଯାଇଛି । ଆଗ୍ରହୀ ବ୍ୟକ୍ତିବିଶେଷ, ଛାତ୍ର, ଛାତ୍ରୀମାନେ ଏକାଡ଼େମୀର ହ୍ୱାଟସ୍ଆପ୍ ନଂ-୮୧୪୪୩୧୭୩୬୭ ଯୋଗେ ନାମ ପଞ୍ଜୀକରଣ ବୋଲି ଏକାଡ଼େମୀର ଅଧ୍ୟାପକ ପ୍ରଫୁଲ୍ଲ କୁମାର ବେହେରା ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି ।