୨୧୬ କେଜି ଗଞ୍ଜେଇ ଜବତ ୩ ଗିରଫ

197

ମାଲକାନଗିରି : ମାଲକାନଗିରି ଜିଲ୍ଲା ଓରକେଲ ପୋଲିସକୁ ମିଳିଛି ସଫଳତା । ଗଞ୍ଜେଇ ଚୋରା ଚାଲାଣରେ ଦୁଇଟି ମଟର ସାଇକେଲ ସହ ୩ ଅଭିଯୁକ୍ତ ଗିରଫ । ମିଳିଥିବା ସୂଚନା ଅନୁସାରେ ଓରକେଲ ଥାନାର ଏକ ଟିମ ସୁରଲୁକୋଣ୍ଡା ଓ ତେନ୍ତୁଳିଗୁଡା ଗ୍ରାମ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଦୁଇଟି ମଟର ସାଇକେଲକୁ ଯାଉଥିବା ଦେଖି ପୋଲିସ ସନ୍ଦେହରେ ମଟର ସାଇକେଲ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ପୋଲିସ ୨ଟି ବସ୍ତାରେ ୨୧୬ କେଜି ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ । ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ପୋଲିସ ଦୁଇଟି ମଟର ସାଇକେଲକୁ ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ଏମଭି ୩0 ଗ୍ରାମର ବରୁଣ ମଜୁମଦାର, ପୁରୁଣା ଓରକେଲର ରାଜୁ ମାଡକାମୀ ଓ ସୁରଲୁ କୋଣ୍ଡା ଗ୍ରାମର ଭୀମସେନ ମାଡକାମୀ । ପୋଲିସ ସୂଚନାରୁ ଜଣା ପଡିଛି ଏହି ଗଞ୍ଜେଇକୁ ସେମାନେ ଛତିଶଗଡକୁ ଚାଲାଣ କରୁଥିଲେ । ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଓରକେଲ ଥାନା କେଶ ନମ୍ବର ୧୭୩/୨୧ NDPS act. ଅନୁଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.