୪ ହାଇୱ ଲୁଟେରା ଗିରଫ : ଖଣ୍ଡା, ବୋମା ଜବତ

186

ପୁରୀ : ଜାତୀୟ ରାଜପଥରେ ନିର୍ମାଣ ପାଇଁ ଆସୁଥିବା ବୋଝେଇ ଟ୍ରକରୁ ଲୁଟ ପାଇଁ ପ୍ରସ୍ତୁତି କରୁଥିବା ସମୟରେ ବାଲିଆପଣ୍ଡା ପୋଲିସ ହାତରେ ଧରାପଡ଼ିଛି ୪ ହାଇୱ ଲୁଟେରା । ୬ ଜଣ ଲୁଟ ପାଇଁ ଯୋଜନା କରୁଥିବା ବେଳେ ୪ ଜଣ ଧରାପଡ଼ିଥିଲେ । ଅନ୍ୟ ଦୁଇ ଜଣ ଖସି ଯାଇଥିଲେ । ଧରାପଡ଼ିଥିବା ଅଭିଯୁକ୍ତ ମାନେ ହେଲେ ପୁରୀସହର କୁମ୍ଭାରପଡ଼ା ଥାନା ଅଧୀନ ଦରଜୀପୋଖରୀ ଛକର ସୁବାସ ଚନ୍ଦ୍ର ମହାନ୍ତି ଓରଫ ଗିଲଟି କାଳୁ,୩୪ ବର୍ଷ, ବ୍ରହ୍ମଗିରି ଥାନା ଅଧୀନ ପଣସପଦାର ଜୀବନ ବାରିକ, ୨୮ ବର୍ଷ, ଖୋର୍ଦ୍ଧାସଦର ସଢ଼େଇ ଗଡ଼ର ସୋମ୍ୟ ରଂଜନ ମଲ୍ଲିକ, 24 ବର୍ଷ, ବଳିଆପଣ୍ଡା ଥାନା ଗୌଡ଼ବାଡ଼ ସାହିର ବରେନ୍ଦ୍ର ମହାରଣା, 26 ବର୍ଷ ।

ଏ ସମ୍ପର୍କରେ ବଳିଆପଣ୍ଡା ଥାନାରେ ୯୨ନଂ ରେ ମାମଲା ରୁଜୁ ହୋଇ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୧ ଖଣ୍ଡା, ଦୁଇଟି ହାତବୋମା, ଗୋଟିଏ ଲୁହାରଡ଼, ଗୋଟିଏ ମୋଟର ସାଇକଲ ପୋଲିସ ଜବତ କରିଛି । ବିଶେଷ କରି ଏମାନେ ଷ୍ଟ୍ରଲିନ ହୋଟେଲ ରାସ୍ତା ନିର୍ମାଣରେ ବ୍ୟଵହୃତ ବୋଝେଇ ଟ୍ରକରୁ ଲୁଟ କରୁଥିଲେ ।

Leave A Reply

Your email address will not be published.