ସୀମାନ୍ତରେ ଏନକାଉଣ୍ଟର ୬ ମାଓବାଦୀ ମୃତ : ଅସ୍ତ୍ର ଶସ୍ତ୍ର ଜବତ

164

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ର ପ୍ରଦେଶ ରାଜ୍ୟ ବିଶାଖାପାଟଣା ଜିଲ୍ଲା ମାମପା ଥାନା ଅନ୍ତର୍ଗତ ଟିଗଲାମେଟା ଜଙ୍ଘଲରେ ମାଓବାଦୀଙ୍କ ଏକ କ୍ୟାମ୍ପ ଚାଲିଥିବା ସୂଚନା ପାଇଁ ଏସଓଜି ଯବାନ ମାନେ ଅପେରସନରେ ବାହାରିଥିଲେ । ଆଜି ସକାଳୁ ଯବାନମାନେ କ୍ୟାମ୍ପ ନିକଟରେ ପହଞ୍ଚିବାକ୍ଷଣି ମାଓବାଦୀ ପ୍ରଥମେ ଗୁଳି ଚଳାଇଥିଲେ ଏହାର ଜବାବରେ ଯବାନ ମାନେ ଗୁଳି ଚଳାଇଥିଲେ । ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟଧରି ଗୁଳିବିନିମୟ ହେବା ପରେ ଯବାନଙ୍କ ସାମ୍ନା କରି ନପାରି ମାଓବାଦୀ ଛତ୍ରଭଙ୍ଗ ଦେଇପଳାଇଥିଲେ ।

ପରେ ଯବାନ ମାନେ ସର୍ଚ୍ଚ ଅପେରସନ କରିବାରୁ ଘଟଣା ସ୍ଥଳରେ ଜଣେ ମହିଳା ମାଓବାଦୀଙ୍କ ସମତେ ୬ ଜଣ ମାଓବାଦୀ ମରି ପଡ଼ିଥିବା ଏବଂ ନିକଟରେ ଏକେ-୪୭ ବନ୍ଧୁକ ଗୋଟିଏ, ଏସଏଲଆର ବନ୍ଧୁକ ଗୋଟିଏ, ତ୍ରି ନଟ ତ୍ରି ବନ୍ଧୁକ ୩ ଟି ପଡ଼ିଥିବା ଦେଖିବାକୁ ପାଇଥିଲେ । ୬ ମାଓବାଦୀଙ୍କ ଶବ ସହ ବନ୍ଧୁକ ଜବତ କରି ଯବାନ ମାନେ ଥାନାକୁ ଆଣିଥିଲେ । ମୃତ ମାଓବାଦୀଙ୍କ ବର୍ତ୍ତମାନ ପରିଚୟ ମିଳିନଥିବା ଜଣାପଡିଛି ।

Leave A Reply

Your email address will not be published.