୧୬ରୁ ଖୋଲିବ ଐତିହ୍ୟସ୍ଥଳୀ

171

ଭୁବନେଶ୍ୱର : ଆସନ୍ତା ୧୬ ତାରିଖଠାରୁ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ପ୍ରତ୍ନତତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳୀ ଖୋଲିବ । ତେବେ ଏଗୁଡ଼ିକ ଖୋଲିଲେ ମଧ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ କରୋନା ନିୟମାବଳୀ ପାଳନ ହେବ । ଏସମ୍ପର୍କରେ ସୋମବାର ଦିନ ଭାରତୀୟ ପ୍ରତ୍ନତତ୍ୱ ବିଭାଗ (ଏଏସଆଇ) ପକ୍ଷରୁ ସୂଚନା ଦିଆଯାଇଛି । କରୋନା ସଂକ୍ରମଣ ପାଇଁ ଗତ ଏପ୍ରିଲ ୧୫ରୁ ରାଜ୍ୟର ପ୍ରମୁଖ ଐତିହ୍ୟସ୍ଥଳୀଗୁଡ଼ିକ ବନ୍ଦ ରହିଛି ।

ଓଡ଼ିଶାରେ ଏସଆଇ ଦ୍ୱାରା ସଂରକ୍ଷିତ ପ୍ରାୟ ୮୦ଟି ଐତିହ୍ୟସ୍ଥଳୀ ରହିଛି । ଏଗୁଡ଼ିକ ମଧ୍ୟରେ ରହିଛି ପୁରୀ ଶ୍ରୀମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର , ୩ଟି ମ୍ୟୁଜିୟମ ଲଳିତଗିରି, ରତ୍ନଗିରି ଓ କୋଣାର୍କଠାରେ ରହିଛି ।

Leave A Reply

Your email address will not be published.