ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଂଚଳରେ କୋଭିଡ୍ ଟିକାଦାନ ପାଇଁ ଆଉ ୪ ଟି କେନ୍ଦ୍ର ଖୋଲାଯାଇଛି । ସତ୍ୟନଗର ୟୁପିଏଚସି, ସିଜିଏଚଏସ୍ ହସ୍ପିଟାଲ୍ ୟୁନିଟ୍ ୪, ଇଏସଆଇ ହସ୍ପିଟାଲ ଜୟଦେବ ବିହାର ଓ ସେଂଟ୍ରାଲ ଆର୍ୟୁବେଦିକ ଇନଷ୍ଟିଚ୍ୟୁଟ୍ ଭରତପୁରରେ ୧୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଟିକା ଦିଆଯିବ । ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ପ୍ରଥମ ଟିକା ଓ ୪୫ ବର୍ଷରୁ ଉର୍ଦ୍ଧ ବୟସ୍କଙ୍କ ପାଇଁ ଉଭୟ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ । ଏଥିପାଇଁ ସୋମବାର ସଂଧ୍ୟା ୭ଟା ପରଠୁ ସ୍ଲଟ୍ ବୁକିଂ ଆରମ୍ଭ ହେବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
Sign in
Sign in
Recover your password.
A password will be e-mailed to you.