ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ କମୁଛି – ଡିଏମଇଟି

141

-ଲୋକେ ସଚେତନ ହେବା ଆବଶ୍ୟକ

ଭୁବନେଶ୍ୱର : ସାରା ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଓଡ଼ିଶାରେ ମଧ୍ୟ ସଂକ୍ରମଣ ହାର କମ ହେଉଛି । ଡିଏମଇଟି ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ରାଜ୍ୟରେ ପଜିଟିଭିଟି ହାର କମୁଛି, ଆଗକୁ ଆହୁରି କମିବାର ସମ୍ଭାବନା ରହିଛି । ସଂକ୍ରମଣ ରୋକିବାକୁ ଏବେ ଲକଡାଉନ ଓ ଅନଲକ୍ ବ୍ୟବସ୍ଥା ଏକ ନିୟମିତ ପ୍ରକ୍ରିୟା ହୋଇଯାଇଛି ।

ସେ କହିଛନ୍ତି ଯେ ଏହାକୁ ନେଇ ଲୋକ ମାନେ ସଚେତନ ହେବାର ଆବଶ୍ୟକତା ରହିଛି । ସେ କହିଛନ୍ତି ଯେ ସଂକ୍ରମିତ ସଂଖ୍ୟା ଆଗକୁ କମିବ ବୋଲି ଆଶା ରହିଛି ସତ ହେଲେ ତାହା କେବଳ ଲୋକଙ୍କ ବ୍ୟବହାର ପରେ ନିର୍ଭର କରେ । ଲୋକ ସଚେତନ ରହିବା ଆବଶ୍ୟକ ।

ସେ କହିଛନ୍ତି ଯେ ପରିସ୍ଥିତି ଉପରେ ତର୍ଜମା କରାଯାଇ ଅନ୍‌ଲକ୍ ପ୍ରକ୍ରିୟା ଅନୁଧ୍ୟାନ କରାଯିବ । ଭାଇରସର ବହୁତ ମ୍ୟୁଟାଂଟ ରହିଛି । ସେଥିରୁ ଡେଲଟା ପ୍ରଜାତି ଅଧିକ ଇଫେକ୍ଟିଭ ବୋଲି ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.