ନିଶ୍ଚିନ୍ତକୋଇଲି : ବଜ୍ରାଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତ ବୃଦ୍ଧ ଜଣଙ୍କ ହେଲେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଳକ ରାମକୃଷ୍ଣପୁର ପଂଚାୟତ ଦହପଡା ଗ୍ରାମର ଶ୍ୟାମସୁନ୍ଦର ବେହେରା । ବୟସ ତାଙ୍କର ୫୮ । ସୂଚନାମୁତାବକ ବୃଦ୍ଧ ଶ୍ୟାମସୁନ୍ଦର ବେହେରା ବିଲରେ କାମ କରୁଥିବା ବେଳେ ଆଜି ମଧ୍ୟାହ୍ନରେ ପ୍ରବଳ ବର୍ଷା ସହ ଘଡଘଡି ମାରିବା ଫଳରେ ବିଲରେ ଚେତାଶୂନ୍ୟ ଅବସ୍ଥାରେ ପଡିଯାଇଥିଲେ । ପରିବାର ଲୋକେ ସଙ୍ଗେସଙ୍ଗେ ତାଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତାଙ୍କ ମୃତ ଖବର ପାଇ ସାରା ଅଞ୍ଚଳରେ ସୋକର ଛାୟା ଖେଳି ଯାଇଛି । ଘଟଣା ସ୍ଥଳରେ ସାଲେପୁର ଥାନା ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କଟକ ପଠାଇଛି ।
Sign in
Sign in
Recover your password.
A password will be e-mailed to you.