ମହାନଦୀରେ ବନ୍ୟା ଆଶଙ୍କା ଟଳିଲା

159

ଭୁବନେଶ୍ୱର : ମହାନଦୀରେ ଆଉ ବନ୍ୟା ସମ୍ଭାବନା ନାହିଁ । ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଯାଇଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ସୂଚନା ଦେଇଛନ୍ତି । ସେ କହିଛନ୍ତି, ମହାନଦୀ ସିଷ୍ଟମରେ ଛୋଟ ଧରଣର ବନ୍ୟା ହୋଇଛି ।ଏବେ କୌଣସି ବିପଦ ନାହିଁ । ମୁଣ୍ଡଳୀ ଠାରେ ୬ ଲକ୍ଷ ୬୭ ହଜାର କ୍ୟୁସେକ ଜଳ ଅତିକ୍ରମ କରୁଛି । ଗତ ୩ ରୁ୪ ଘଂଟା ହେଲା ଏ ସ୍ଥିତି ରହିଛି ।

ହୀରାକୁଦ ଜଳ ଭଣ୍ଡାରକୁ ଜଳ ପ୍ରବେଶ କମିଛି । ତେଣୁ ଏବେ ଗୋଟିଏ ପରେ ଗୋଟିଏ ଗେଟ ବନ୍ଦ କରାଯାଉଛି । ବ୍ରାହ୍ମଣୀ,ବୈତରଣୀ ଓ ସୁବର୍ଣ୍ଣରେଖାରେ ବି ଜଳସ୍ତର କମିଛି । ବନ୍ୟା ପରିସ୍ଥିତି ନାହିଁ । ଅବଶ୍ୟ କିଛି ତଳିଆ ଅଂଚଳରେ ବର୍ଷା ପାଣି ଅଟିକିଛି । ଜଳ ନିଷ୍କାସନ ନହୋଇ ପାରିବାରୁ ସମସ୍ୟା ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.