ବିଧାନସଭା ଡାଏରୀ ଓ କ୍ୟାଲେଣ୍ଡର ମୁଦ୍ରଣ ପାଇଁ ବୈଠକ

154

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ସଭ୍ୟ, ସରକାରୀ ପଦାଧିକାରୀ ଏବଂ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ବଂଟନ ପାଇଁ ଉଦ୍ଦିଷ୍ଟ ଓଡ଼ିଶା ବିଧାନସଭାର ଡାଏରୀ ଏବଂ କ୍ୟାଲେଣ୍ଡର ମୁଦ୍ରଣ ପାଇଁ ଏକ ବୈଠକ ଶନିବାର ବାଚସ୍ପତିଙ୍କ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ସୁଦୃଶ୍ୟ ଡାଏରୀ ଏବଂ କ୍ୟାଲେଣ୍ଡର ମୁଦ୍ରଣ ପାଇଁ ନିଷ୍ପତି ନିଆଯାଇଛି । ଓଡ଼ିଶା ସରକାରୀ ପ୍ରେସ ଆନୁକୂଲ୍ୟରେ ମୁଦ୍ରିତ ହେବାକୁଥିବା ବିଧାନସଭା କ୍ୟାଲେଣ୍ଡରରେ ଜଗନ୍ନାଥ ସଂସ୍କୃତି ସମ୍ପର୍କିତ ଫଟୋ ଚିତ୍ର ସ୍ଥାନିତ କରିବାକୁ ନିଷ୍ପତି ନିଆଯାଇଛି । ସେହିଭଳି ବିଧାନସଭା ଡାଏରୀରେ ବିଧାନସଭା ସମ୍ପର୍କିତ ଅନେକ ତଥ୍ୟ ସହ ବିଭିନ୍ନ ଆବଶ୍ୟକୀୟ ସରକାରୀ ତଥ୍ୟ ଉପଲବ୍ଧ ରହିବ । ନଭେମ୍ୱର ମାସ ଶେଷ ସୁଦ୍ଧା ଏହି କ୍ୟାଲେଣ୍ଡର ଏବଂ ଡାଏରୀ ସରକାରୀ ପ୍ରେସ୍ ଦ୍ୱାରା ମୁଦ୍ରିତ ହୋଇ ବିଧାନସଭାକୁ ପ୍ରେରଣ କରାଯିବ । ବିଧାନସଭା କର୍ତୃପକ୍ଷ ପାର୍ଲ୍ୟାମେଂଟ, ସମସ୍ତ ରାଜ୍ୟ ବିଧାନସଭା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନକୁ ଏହା ପ୍ରରଣ କରିବେ । ଉକ୍ତ ବୈଠକରେ ବାଣିଜ୍ୟ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଧନ ପାଢୀ, ଓଡ଼ିଶା ସରକାରୀ ପ୍ରେସ୍ ନିର୍ଦ୍ଦେଶକ ବିଜୟ କୁମାର ଶର୍ମା, ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସମେତ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.