ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୀର୍ଘ ସମୟ ଧରି ଚିଲିକା ମଝିରେ ଫସି ରହିଲା ଲଞ୍ଚ

178

ଖୋର୍ଦ୍ଧା : ୩୨ ଯାତ୍ରୀଙ୍କୁ ନେଇ ଆସୁଥିବା ଏକ ଲଞ୍ଚ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୀର୍ଘ ସମୟ ଧରି ଚିଲିକା ମଝିରେ ଫସିରହିଥିଲା । ଫଳରେ ଯାତ୍ରୀମାନେ ଲଞ୍ଚ ମଧ୍ୟରେ ଆତଙ୍କିତ ଅବସ୍ଥାରେ ରହିଥିଲେ । ହେଲେ ଦୀର୍ଘ ସମୟ ପରେ ଅନ୍ୟ ଏକ ଲଞ୍ଚ ମାଧ୍ୟମରେ ଟୋଚନ କରାଯାଇ ଫସିଥିବା ଲଞ୍ଚକୁ ଉଦ୍ଧାର କରି କୂଳକୁ ଅଣାଯାଇଥିଲା ।

ସୂଚନା ମୁତାବକ, ଶନିବାର ସକାଳ ୮.୪୫ରେ ଏହି ଲଞ୍ଚ କୃଷ୍ଣପ୍ରସାଦ ଗଡ଼ରୁ ୩୨ ଜଣ ଯାତ୍ରୀଙ୍କୁ ନେଇ ବାଲୁଗାଁ ଅଭିମୁଖେ ବାହାରିଥିଲା । ତେବେ ଗସ୍ତ ଆରମ୍ଭର ମାତ୍ର କିଛି ସମୟ ପରେ ଲଞ୍ଚରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ପାଣି ମଝିରେ ଫସିଯାଇଥିଲା ଲଞ୍ଚଟି । ଏହା ଜାଣିବା ପରେ ଯାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଥିଲା । ତେବେ ସହାୟତା ନିମନ୍ତେ ବାଲୁଗାଁ ସରକାରୀ ଲଞ୍ଚ କାର୍ଯ୍ୟାଳୟକୁ ଯୋଗାଯୋଗ କରାଯିବାରୁ ବାଲୁଗାଁରୁ ଅନ୍ୟ ଏକ ଲଞ୍ଚ ଘଟଣାସ୍ଥଳକୁ ଯାଇ ଟୋଚନ ମାଧ୍ୟମରେ ଫସିଥିବା ଲଞ୍ଚକୁ କୂଳକୁ ଆଣିଥିଲା । କିନ୍ତୁ ଲଞ୍ଚରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଲାଇଫ ଜ୍ୟାକେଟ ପିନ୍ଧିନଥିବାର ଦେଖାଯାଇଥିଲା । ଯାହାଫଳରେ ଏକ ବଡ଼ ଦୁର୍ଘଟଣାରୁ ସମସ୍ତ ୩୨ ଜଣ ଯାତ୍ରୀ ବର୍ତ୍ତିଯାଇଥିବା କୁହାଯାଉଛି ।

Leave A Reply

Your email address will not be published.